-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||     

HOME   ଜିଲ୍ଲା

ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା

08-Dec-2023



ବଲାଙ୍ଗୀର(ପ୍ରେରଣା ଖବର ):  ସ୍ୱାଧୀନତା ପର ଠାରୁ ସମସ୍ତ ବିକାଶମୂଳକ କାର୍ଯ୍ୟ କ୍ଷେତ୍ରରେ ଉଦ୍ଦେଶ୍ୟମୂଳକ ଭାବରେ ବଲାଙ୍ଗୀର ଜିଲ୍ଲା ଆଂଚଳିକ ବୈଷମ୍ୟର ଶୀକାର ହେଉଛି ବୋଲି ବଲାଙ୍ଗୀର ନାଗରିକ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ତଥା ଶିଳ୍ପ କ୍ଷେତ୍ରରେ ମଧ୍ୟ ସରକାର ଘୋର ପାତରଅନ୍ତର ନୀତି ଅବଲମ୍ବନ କରି ବଲାଙ୍ଗୀରକୁ ଅଣଦେଖା କରୁଥୁବା ଅଭିଯୋଗ ହେଉଛି । ଇତି ମଧ୍ୟରେ ରାଜ୍ୟ ସରକାର ୧୯ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ  ଅନୁମୋଦନ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲାକୁ ଗୋଟିଏ ମଧ୍ୟ ପ୍ରକଳ୍ପକୁ ମଂଜୁରି ଦେଇ ନାହାନ୍ତି । ବଲାଙ୍ଗୀର ଜିଲ୍ଲାରେ ୭୧ହଜାର ହେକ୍ଟର ଜମିରେ କପା ଚାଷ ହେଉଛି । ସେହିପରି ପଡୋଶୀ ଜିଲ୍ଲା କଳାହାଣ୍ଡି, କୋରାପୁଟ ଓ ସୋନପୁର ଜିଲ୍ଲାରେ ମଧ୍ୟ ଅଧିକ ଉକୃଷ୍ଟ ମାନର କପା ଉତ୍ପାଦାନ ହେଉଛି । ବାରମ୍ବାର ଦାବି ସତ୍ୱେ ବଲାଙ୍ଗୀରରେ ଲୁଗା କଳ ସ୍ଥାପନ ବଦଳରେ କେନ୍ଦ୍ରପଡା ଠାରେ ଏହି ପ୍ରକଳ୍ପ ଖୋଲିବା ପାଇଁ ଓ ଚୌଦ୍ୱାର ଲୁଗା କଳାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ବଲାଙ୍ଗୀରରେ ଲୁଗା କାରଖାନା ପ୍ରତିଷ୍ଠା ପାଇଁ ନାଗରିକ କମିଟି ବାରମ୍ବାର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ୫-ଟି ସଚିବ, ବିଧାୟକ ଓ ସାଂସଦ ମାନଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛି । ଏ ଅଂଚଳରୁ  ପ୍ରତିବର୍ଷ ଉକୃଷ୍ଟ ମାନର ପ୍ରାୟ ୫ଲକ୍ଷ ବେଲ୍‌ସ ରୁ ଉର୍ଦ୍ଧ୍ୱ କପା ଅମଳ ହେଉଥିବା ବେଳେ ଅନ୍ୟ ଦୂର ସ୍ଥାନରେ କାରଖାନା ପ୍ରତିଷ୍ଠା ନିଷ୍ପତ୍ତି   ବ୍ରିଟିଶ ସରକାରଙ୍କ ନୀତି ଅବଲମ୍ବନ ସଦୃଶ  ବୋଲି ନାଗରିକ କମିଟି କହିଛି । ଏ ଅଂଚଳରେ ଏକ କଟନ୍ କରିଡର୍ ସହ ମାର୍କେଟିଙ୍ଗ ବ୍ୟବସ୍ଥା କଲେ ଏଠାକାର  ଦାଦନ ସମସ୍ୟାକୁ କିଛିକାଂଶରେ ରୋକାଯାଇ ପାରନ୍ତା । ନାଗରିକ କମିଟି ତରଫରୁ ବାରମ୍ବାର କୃଷିଭିତ୍ତିକ କାରଖାନା ଯଥା ଦେଓଗାଁ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା, ସୁତା କଳ, କପାର ଖୋଲା ବଜାର ବ୍ୟବସ୍ଥା, ବଲାଙ୍ଗୀରରେ ସରକାରଙ୍କ ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବି ବିଭିନ୍ନ ପ୍ରସଙ୍ଗକୁ ନେଇ ନାଗରିକ କମିଟି ଆନ୍ଦୋଳନ କରି ଆସିଛି । ଏହିପରି ଭାବରେ ରାଜ୍ୟ ସରକାର ଏପରି ପାତରଅନ୍ତର ନୀତି ଅବଲମ୍ବନ କଲେ ବଲାଙ୍ଗୀର ନାଗରିକ କମିଟି ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି କମିଟିର ସଭାପତି ଇଂ. ବେଲାରସିଂ ଭୋଇ ଓ ସଂପାଦକ ମନୋରଂଜନ ସାହୁ ଏକ ମିଳିତ ପ୍ରେସ ବିବୃତିରେ ଚେତାବନୀ ଦେଇଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026

You Might Also Like