-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ୪୧ ତମ ପ୍ରସିଦ୍ଧ ଗୋକୁଳାଷ୍ଟମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବଳଦେବ କ୍ଳବ ସଦସ୍ୟ ସନ୍ତୋଷ ପୁଝାରୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟା ଲିଲି ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ନାଟ୍ୟଭିକ୍ରମେ କୃଷ୍ଣଙ୍କ ବାଲ୍ୟଲୀଳା ଉପରେ ନାଟକ ପରିବେଷଣ ହୋଇଥିଲ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। କଂସ ଭୂମିକାରେ ଅଲେଖ ମହାକୁର ନିଖୁଣ ଅଭିନୟ କରିଥିଲେ। ଯାତ୍ରା ପାଇଁ ଛଅ ଦିନ ଧରି ସମଗ୍ର ସୁବଳୟା ଅଞ୍ଚଳର ଉତ୍ସବ ମୁଖରିତ ହୋଇଥାଏ। ପରମ୍ପରା ଅନୁଯାୟୀ ଏଠାକାର ଗୋକୁଳାଷ୍ଟମୀ ଯାତ୍ରା ରେ କଂସ ବଧ ଦୃଶ୍ୟ ଅଭିନୀତ ହୋଇନଥାଏ। ସ୍ଥାନୀୟ ବଳଦେବ କ୍ଳବ ଦ୍ବାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଅଲେଖ ମହାକୁର, ସମ୍ପାଦକ ସମ୍ପଦ ପୁଝାରୀ, ଶ୍ରୀତମ ବାଘ, ରାଧାମୋହନ ସାହୁ,ଶରତ କର,ନନ୍ଦନ ସାହୁ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।