-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ବୋଡ଼େନ (ଡୋଲେସ୍ବର ଵାଗ )
ନୂଆ ଓଡ଼ିଶା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ସପ୍ତମ ଦିବସର ସାମାଜିକ କାର୍ଯ୍ୟକଳାପର କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଠାରେ ଉଦ୍ଘାଟିତ ହୋଇଯାଇଛି ।ଅଧ୍ୟକ୍ଷ ଶ୍ରୀମାନ ଅବନୀ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ଯୁବ ସମାଜସେବୀ ଶ୍ରୀମାନ ମହେନ୍ଦ୍ର କୁମାର ଯୋଶୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଗୌରହରି ମେହେର ,ଅଧ୍ୟାପକ ଅତିକ ଅହମ୍ମଦ ଖାନ,ଅଧ୍ୟାପିକା ପ୍ରୀତିସୁଧା ପଣ୍ଡା,ଅଧ୍ୟାପିକା ବିଜେତା ଚାଉଳିଆ ,ବଳରାମ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିଲେ ।ପ୍ରାରମ୍ଭିକ ଗଣେଷ ବନ୍ଦନା ପରେ ଫିଟ୍ ଇଣ୍ଡିଆ ଏଣ୍ଡ ୟୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ପରବର୍ତ୍ତୀ ପର୍ଯ୍ୟାୟରେ ତୀର୍ଥକ୍ଷେତ୍ର ପାତାଳ ଗଙ୍ଗାରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।ଦ୍ଵିତୀୟ ଅଧିବେଶନରେ ବିଶ୍ଵ ଏଡ଼ସ ଦିବସ ଉପରେ କର୍ମଶାଳା କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡଃ କିଶୋର କୁମାର କର୍ଣ୍ଣ ସଞ୍ଚାଳନ କରିଥିଲେ ।ଏତଦ୍ ବ୍ୟତୀତ ବାଳକ ବାଳିକା ବର୍ଗର କବାଡି ଓ ବ୍ୟାଡମିଣ୍ଟନ ସମେତ କାର୍ଟୁନ୍ ଚିତ୍ର ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମର ଆନନ୍ଦ ଉପଭୋଗ କରୁଥିଲେ ।