-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ଗତ କାର୍ତ୍ତିକ ପୁର୍ଣିମା ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବଡମାଳ ମଠ ଠାରେ ମଠାଧୀଶ କଇରୁ ବାବା ମୋହତ୍ସବ ତଥା ରାସ ପୁର୍ଣିମା ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଏଠାରେ ଗୌଡିୟ ସମ୍ପ୍ରଦାୟର ଏକକାଳୀନ ୫୦ରୁ ଉର୍ଦ୍ଧ୍ବ ମୃଦଙ୍ଗ ବାଦକଙ୍କ ବାଦ୍ୟ ଓ ଶ୍ରୀକୃଷ୍ଣ ଙ୍କ ରାସଲୀଳା ସମ୍ପର୍କିତ ଗୀତ ହଜାର ଦର୍ଶକଙ୍କୁ ବିମୋହିତ କରିଥିଲା l ଶହ ଶହ ବର୍ଷରୁ ଜିଵୀତ ଥିବା ବାବାଙ୍କ ଏହି ଧ୍ଵନି ଦର୍ଶନ ପାଇଁ ଏହି ପୀଠରେ ଜିଲ୍ଲା ତଥା ଦୂର ଦୁରାନ୍ତରର ଲୋକଙ୍କ ପ୍ରବଳ ଭିଡ଼ ହୋଇଥାଏ l କାହାକୁ କୌଣସି ଜିନିଷ ବା ଅlର୍ଥିକ ରାଶି ମଠ ତରଫ ରୁ ମଗl ଯାଇ ନ ଥାଏ l ସ୍ଵତଃ ପ୍ରତଃ ଭାବେ ସମର୍ପଣ ହୋଇ ଥିବା ଅର୍ଥ ରାଶି ଓ ଖାଇବା ଶସ୍ୟ ଦ୍ରବ୍ୟ ଦ୍ଵାରା ଦୁଇ ଦିନ ଧରି ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଲାଗି ସାମୂହିକ ଅନ୍ନପ୍ରସାଦର ବ୍ୟବସ୍ଥା କରଯାଇଥାଏ l ଯାହାକି ଏଇ ଯାତ୍ରାର ଏକ ବିଶେଷତ୍ଵ ଅଛି l