-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ୫- ଟି ଅଧକ୍ଷ୍ୟ ତଥା ଆଜି ବିଧିବଦ୍ଧ ଭାବେ ବିଜେଡି ରେ ଯୋଗଦେଇଥିବା ଭି କେ ପାଣ୍ଡିଆନ l ସେ ଆଜି ଅପରାହ୍ନ ୩ ଟା ସମୟରେ ମା ଙ୍କ ପୀଠରେ ପହଞ୍ଚି ମା ତାରାତାରିଣୀ ଙ୍କ ଠାରେ ପୂଜାର୍ଚନା କରିବା ସହିତ ବେଢା ପରିକ୍ରମା କରିଥିଲେ l
ଶେଷରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଦଳୀୟ ବିଧାୟକ ଲତିକା ପ୍ରଧାନ , ଶ୍ରୀକାନ୍ତ ସାହୁ, ସୂର୍ଯ୍ୟମଣି ବଇଦ, ପୁର୍ଣଚନ୍ଦ୍ର ସ୍ୱାଇଁ, ପ୍ରମିଳା ବିଶୋଇଙ୍କ ସମେତ ବହୁ
ଜନପ୍ରତିନିଧି ଓ ଆଗଧାଡିର ନେତା ଙ୍କ ସହିତ ମନ୍ଦିର ବେଢାରେ ଫୋଟ ଉଠାଇଥିଲେ l ଅନ୍ୟପଟେ ଭି କେ ପାଣ୍ଡିଆନ ଆଗାମୀ ସାଧାରଣ ନିର୍ବାଚନ ରେ ଯଦି ଗଞ୍ଜାମ ରୁ ପ୍ରତିନିଧିତ୍ୱ କରନ୍ତି ତେବେ ଗଞ୍ଜାମ ଜିଲ୍ଲାର ବହୁ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ଉପସ୍ଥିତ ବିଜେଡି ନେତା l
(ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ )