-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ସାନମନମୁଣ୍ଡା ଗ୍ରାମର ଭିକାରି ଚରଣ ନାଟ୍ୟ ସଂସଦ ର ଯୁବ କଳାକାର ମାନଙ୍କ ଦ୍ୱାରା ନାଟ୍ୟକାର ସର୍ବେଶ୍ୱର ଦାସ ଙ୍କ ରଚିତ ଓ ଦିଲ୍ଲୀପ ମହାନ୍ତିଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ ସୁଖ ସଉତୁଣୀ ଦୁଃଖ ଭଗାରୀ ମଞ୍ଚସ୍ଥ ହୋଇଯାଇଛି |କୈଳାସୀ ଯାତ୍ରା ଉପଲକ୍ଷେ ଆୟୋଜିତ ଉକ୍ତ ନାଟକ ମଞ୍ଚସ୍ଥ ପୂର୍ବରୁ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ସୁଧାଂଶୁ ରଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଓମ ପ୍ରକାଶ ମିଶ୍ର, ଶିତିକଣ୍ଠ ମିଶ୍ର,ଶିବ କମ୍ପ, ଉମାକାନ୍ତ ସାହୁ ଙ୍କ ଉପସ୍ଥିତରେ ମଞ୍ଚ ରେ ଫିତା କାଟି ଉଦଘାଟନ କରିଥିଲେ |ପରେ କମିଟି ସଭାପତି ନୃପମଣି ମହାଲିକ ଙ୍କ ଅଧ୍ୟକ୍ଷତାରେ ଏକ ସଭାରେ ଉପରୋକ୍ତ ଅତିଥି ମଞ୍ଚାସିନ ରହି ବକ୍ତବ୍ୟ ରଖିଥିଲେ |ସଭାକୁ ଉପଦେଷ୍ଟା ଉଦ୍ଧବ ମହାଲିକ ପରିଚାଳନା କରିଥିଲେ |କମିଟି ର ସତ୍ୟରାଜ ନାଏକ, ସୁରେଶ ନାଏକ, ସାହେବ ସାହୁ, ମକୁନ୍ଦ କଅଁର, ଗୋବର୍ଦ୍ଧନ ବଗର୍ତ୍ତୀ ଓ କମିଟିର ସମସ୍ତ ସଦସ୍ୟ ନାଟ୍ୟ ପରିଚାଳନାରେ ସହଯୋଗ କରିଥିଲେ |ଶେଷରେ ଅଭିମନ୍ୟୁ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |ପରେ ମଞ୍ଚରେ ନୃତ୍ୟ ନିର୍ଦେଶକ ସଂଜୀବ କଅଁର ଙ୍କ ନିର୍ଦେଶନାରେ ରଙ୍ଗରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |