-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ପଞ୍ଚାୟତ କଲେଜ ଠାରେ ନୂତନ ଓଡିଶା,ଯୁବ ଓଡିଶା ଓ ନବୀନ ଓଡିଶା ପକ୍ଷରୁ ଉନ୍ନତ ଅଭିଳାଷ ର ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକ ରେ କଲେଜ ର କ୍ରୀଡା, ସଂସ୍କୃତି,ସେବା କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପାଳନ କରିବାକୁ ଅଧ୍ୟକ୍ଷା ବକ୍ତବ୍ୟ ରଖିଥିଲେ |ଉକ୍ତ ବୈଠକ ରେ ସେବା, କ୍ରୀଡା, ସଂସ୍କୃତି ବିଭାଗ ର ଛାତ୍ର ପ୍ରତିନିଧି ଯୋଗଦେଇଥିଲେ |କାର୍ଯ୍ୟକ୍ରମ କୁ ଅଧ୍ୟାପକ ପୌଲସ୍ତି ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସମୀର ମେହେର ଧନ୍ୟବାଦ ଅର୍ପଣ କରିଥିଲେ |