-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
ତୁଷୁରା (ପଞ୍ଚାନନ ନାଏକ)ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଳକ ଅନ୍ତର୍ଗତ ସମରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବୈଜ୍ଞନିକ ପରିଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର ଅନୁଷ୍ଠିତ ଭାବେ ଉଦଘାଟନ କରିଥିଲେ ।
ଅତିରିକ୍ତ ଶିକ୍ଷା ଅଧିକାରୀ ବିପିନ ବାଗ, ସରପଞ୍ଚ ଗୋପାଳ ସେଠ୍, ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ମୟୂରୀ କାଲୋ, ବ୍ଲକ ସଂଯୋଜକ ଭାନୁମତି ଛାତ୍ରୀୟା, ବ୍ଲକ ବିଜ୍ଞାନ ସଂଯୋଜକ ଏବଂ ପରିଚନା ସଭାପତି ସୁବ୍ରତ ସାହୁ ମଞ୍ଚାସୀନ ଥିଲେ । ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧୧୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । କପସିଲା ଉଚ୍ଚ ବିଦ୍ୟାଳୟର ବର୍ଷା କୁମ୍ଭାର ,ତେନ୍ତୁଳିଖୁଣ୍ଟି ଗ୍ରାମର ଏଭିର ଅଭିୟା ମିଶ୍ର, ମାଡ଼େକେଲା ଉଚ୍ଚ ବିଦ୍ୟାଳୟର ରାକେଶ ବଞ୍ଚୋର, ଋଷୁଡ଼ା ହାଇସ୍କୁଲର ଖଗଶ୍ୱର କୁମ୍ଭାର, ଜାମୁଟ ଉଚ୍ଚ ବିଦ୍ୟାଳୟର ସମିତ କୁମାର ସାହୁଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହେଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ। ରମେଶ ଚନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଛନ୍ତି।