-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Nov-2023
ବଲାଙ୍ଗିର(ପ୍ରେରଣା ଖବର ): ଆଜି ଅଁଳା ନବମୀ ତିଥିରେ ବଲାଙ୍ଗିର ରୁଗୁଡ଼ିପଡ଼ା ବାସୀନ୍ଦା ପ୍ରଫେସର ଡ଼ା ସିନ୍ଧୁନନ୍ଦିନୀ ତ୍ରିପାଠୀ (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ-କଟକ) ତାଙ୍କ ମାଁ ସ୍ବର୍ଗତ ସୂର୍ଯ୍ୟମଣି ଦେବୀଙ୍କ ପୁଣ୍ଯ ତିଥି ଅଁଳା ନବମୀରେ ତାଙ୍କ ଉଦ୍ଦେଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା l ଗରିବ ମାନଙ୍କ ପାଇଁ ସ୍ଥାନୀୟ ଶାସ୍ତ୍ରୀ ନଗର ଠାରେ ଏକ ଭୋଜନର ବ୍ୟବସ୍ଥା ମଧ୍ଯ କରାଯାଇଥିଲା l
ସ୍ବର୍ଗତ ସୂର୍ଯ୍ୟମଣି ଦେବୀ ଜଣେ ଧର୍ମପରାୟଣ ମହିଳା ଥିଲେ ଏବଂ ତାଙ୍କ ତିରୋଧାନ କ୍ରମେ ତାଙ୍କ ଉଦ୍ଦେଶ୍ୟରେ ଏକ ରୋଗୀ, ଶବ ବାହକ ଏମ୍ବୁଲାଏନ୍ସ ନେସନାଲ ପିସ ୟୁନିସନ ଦ୍ୱାରା ପରିଚାଳିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସହାୟତା ଦିଆଯାଇଥିଲା l ଏହି ଆମ୍ବୁଲାନ୍ସ ଅନେକ ରୋଗୀଙ୍କ ସେବା ରେ ନିୟୋଜିତ କରାଯାଇ ଉଚିତ ସେବାକାର୍ଯ୍ୟ ଦ୍ୱାରା ପରିଚାଳିତ କରାଯାଇପାରୁଛି l