-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
19-Nov-2023
ରୁପ୍ରାରୋଡ(ସଞ୍ଜିବ ଦାସ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗୁଜରାତି ସମାଜ ପକ୍ଷରୁ ଆଜି ଜଲାରାମ ଜୟନ୍ତୀ ଧୁମଧାମରେ ରୁପ୍ରାରୋଡ ଠାରେ ପାଳିତ ହୋଇଯାଇଛି । ସକାଳୁ ଜଲାରାମ ବାବାଙ୍କ ପୂଜାଅର୍ଚନା କରି ଗରିବ ଭୋଜନକରାଇ ଥିବା ବେଳେ ୧୦୦ ଜଣଙ୍କୁ ଶୀତ କପଡା କମ୍ବଳ ବଣ୍ଟନ କରିଥିଲେ । ସନ୍ଧ୍ୟା ସମୟରେ ମହାଆଳତୀ କରି ମହାପ୍ରସାଦ ବଣ୍ଟନ କରିଥିଲେ। ସ୍ଥାନୀୟ ବିଷ୍ଣୁ ପ୍ରସାଦ ଶର୍ମା ପୂଜା କାର୍ଯ୍ୟ ତୁଲାଇଥିଲେ। ମହେଶ କୋଟକ, ନିକୁ ଦତ୍ତା, ବିକାଶ ଦତ୍ତା, ନିଲେଶ ଦତ୍ତା, ରାଜେଶ ଦତ୍ତା, ନରେଶ କୋଟକ, ରବି କୋଟକ,ତୁଷାର ସୋମୟା, ଅରୁଣ ଦତ୍ତା, ଆଶ୍ୱିନ ଦତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା ।ଜୟ ଜଲାରାମ ସ୍ଲୋଗାନ ସହିତ ଭଜନ କୀର୍ତନରେ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି ହୋଇଥିଲା l