-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||     

HOME   ଜିଲ୍ଲା

ବରିଆଲି ରେ ବ୍ଲକସ୍ତରୀୟ ଆଦିବାସୀ ସମ୍ମିଳନୀ, ମୋ ଜଙ୍ଗଲ ଜମି ଯୋଜନାରେ କେବଳ ଆଦିବାସୀ ମାନଙ୍କୁ ପଟ୍ଟା ଦେବାକୁ ଦାବୀ

19-Nov-2023



ତୁରେକେଲା(ପ୍ରେରଣା ଖବର): ତୁରକେଲା ବ୍ଲକ ଢୋଲମlନ୍ଦଳ ପଞ୍ଚାୟତ ବରିଆଲି ଗାଁ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବ୍ଲକସ୍ତରୀୟ ଆଦିବାସୀ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି l ବରିଆଲି ଗାଁ ରେ ଢ଼ାପ ଡକା କୀର୍ତ୍ତନ ବାଦ୍ୟ ନୃତ୍ୟ ଗୀତ ଦ୍ୱାରା ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା l ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡା ର ସଭାପତି ଭାନୁପ୍ରତାପ ସିଂମାଝି, ବଲାଙ୍ଗିର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ନାରୀନେତ୍ରୀ ଖେଳନ୍ତି ସମରଥ ଓ ବ୍ଲକ ସଭାପତି ଚୌବନ କିଶୋର ମାଝି ମାନଙ୍କୁ ଗାଁ ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଗାଁ ପରିକ୍ରମା ପରେ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝି ଙ୍କ ସଭାପତିତ୍ୱ ରେ  ସଭା କାର୍ଯ୍ୟ ହୋଇଥିଲା l   ସଭାରେ ସମ୍ବିଧାନ ପ୍ରଦତ୍ତ  ଶିକ୍ଷା, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ସ୍ୱତନ୍ତ୍ର ସଂରକ୍ଷଣ ଅଧିକାର, ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷା ଅଧିକାର, ଆଦିବାସୀ କଳା, ସଂସ୍କୃତି, ଐତିହ୍ୟ, ଭାଷା, ଧର୍ମ ସୁରକ୍ଷା ଅଧିକାର, ଅର୍ଥନୈତିକ ବିକାଶ ପାଇଁ ସରକାରୀ ଯୋଜନା ବିଷୟରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଏହା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ବଳିଆ ଯୋଜନା,  ମହିଳା ଶସକ୍ତିକରଣ ଯୋଜନା ଉପରେ ସଚେତନ କରିଥିଲେ l ମଦ ଛାଡି ପାଠ ପଢ଼ି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସାଂସଦ (ରାଜ୍ୟ ସଭା) ଶ୍ରୀ ବିଶି ଉଦବୋଧନ ଦେଇଥିଲେ  l ଅଣଆଦିବାସୀଙ୍କ ଜବରଦଖଲରେ ଥିବା ଆଦିବାସୀ ମାନଙ୍କ ଜମି ଫେରସ୍ତ, ଜମି ହସ୍ତାନ୍ତର ଅନୁମତି ବନ୍ଦ, ଆଦିବାସୀ ଏବଂ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ବେଛାପରି ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ଗୁଡିକ ରେ ସିଟ ର ଅଭାବ ହେଉଥିବା ରୁ ସିଟ ବୃଦ୍ଧି କରିବା , ଏଟ୍ରୋସିଟି କେଶ ରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା, ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ସେହିପରି କେନ୍ଦ୍ର ସରକାର କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କରିବା,ଆବାସ ପୋର୍ଟାଲ ଖୋଲି ଗରିବ ଆଦିବାସୀ ମାନଙ୍କୁ ଆବାସ ପ୍ରଦାନ, ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଓରା ଭାଷାକୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ଅନୁମୋଦନ କରିବା,ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କରେ  ଇଣ୍ଟରନେଟରେ ପାଠ ପଢିବା ଓ ଅନଲାଇନ କାର୍ଯ୍ୟ ପାଇଁ ନେଟୱର୍କ ସଂଯୋଗ ବ୍ୟବସ୍ଥା କରିବା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ, ସେବlଶ୍ରମ କନ୍ୟାଶ୍ରମ ଗୁଡିକରେ ସିଟ ସଂଖ୍ୟା ବୃଦ୍ଧି କରିବା, ହଷ୍ଟେଲ ବୃଦ୍ଧି କରିବା, ଶିକ୍ଷକ ପଦବୀ ପୂରଣ କରିବା, ଆଦିବାସୀ ମାନଙ୍କ ପାଇଁ ଖାଲି ପଡ଼ିଥିବା ପଦବୀ ଗୁଡିକୁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ପୂରଣ କରିବା ପାଇଁ l  ଢୋଲମlନ୍ଦଳରେ ଆଦିବାସୀ ଛାତ୍ରଛାତ୍ରୀ ପଢିବା ପାଇଁ ସେବାଶ୍ରାମ ପ୍ରତିଷ୍ଠା, ବରିଆଲି ଗାଁ ର ୧୯୮0 ରୁ ବସବାସ କରୁଥିବା ୬0 ଆଦିବାସୀ ପରିବାରକୁ ଘରଡ଼ିହ ପଟ୍ଟା ପ୍ରଦାନ, ପାନୀୟ ଜଳ ଯୋଗାଣ, ଗଭରା ରୁ ଢୋଲମlନ୍ଦଳ କୁ ରାସ୍ତା ନିର୍ମାଣ ପାଇଁ ଦାବୀ କରାଯାଇଥିଲା l ବୈଠକରେ  ମୁଖ୍ୟଅତିଥି ଭାବରେ  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମହାସଂଘ ର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡା ଜ଼ିଲ୍ଲା ସଭାପତି ଭାନୁ ପ୍ରତାପ ସିଂହମାଝି, ବଲାଙ୍ଗିର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ,ପାଟଣାଗଡ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର, ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ,ବେଲପଡା ବ୍ଲକ ସଭାପତି ରସିକ ଧରୁଆ,ଖପ୍ରାଖୋଲ ବ୍ଲକ ଉପସଭାପତି ଧରମ ସିଂ ଧରୁଆ, ସମ୍ପାଦକ ନାରାୟଣ କିସାନ, ତୁରେକେଲା ବ୍ଲକ ସମ୍ପାଦକ ନରୋତ୍ତମ ମାଝିଗିରିରାଜ ସିଂ ମାଝି ପ୍ରମୁଖ ମଞ୍ଚାସିନ ଥିଲେ l ସଭାରେ ବହୁ ସଂଖ୍ୟା ରେ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l ବିନୋଦ ମାଝି, ଅମର ସିଂ ମାଝି, ଶୋଭାମିତ୍ର ମାଝି, ସୁରୁ ଝାଙ୍କର, ସୁରେଶ୍ୱରୀ ଯାନୀ, ସରସ୍ବତୀ ମାଝି, ଉର୍ବଶୀ ଭୋଇ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଶୋଭାଯାତ୍ରା ପରିଚାଳନା କରିଥିଲେ l ଖେଳନ୍ତି ସମରଥ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026

You Might Also Like