-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2023
ବଲାଙ୍ଗିର(ପ୍ରେରଣା ଖବର ): ଗତକାଲି ରାତି ପାଖାପାଖି ୧୨ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ରେଙ୍ଗାଳି ପଞ୍ଚାୟତ ଅନ୍ତର୍ଗତ ଚୌରାସିପୂର୍ ଗ୍ରାମରେ ଚୋର ଛେଳି ଚୋରି କରୁଥିବା ବେଳେ ଛେଳି ମାଲିକଙ୍କ ହାବୁଡ଼ରେ ପଡ଼ିଥିଲେ।ଚୌରାସିପୂର୍ ଗ୍ରାମରେ ମାଁ ବନଦୂର୍ଗା ଏସ ଏଚ୍ ଜି ଗ୍ରୁପ ଛେଳି ପାଳନ ପାଇଁ ସରକାର ଙ୍କ ଠାରୁ ସହାୟତା ପାଇ ପ୍ରାୟ ୧୦୦ ଗୋଟି ଛେଳି ରଖିଛନ୍ତି।ଜଙ୍ଗଲ ଭିତରେ ଏହି ଗ୍ରାମ ଅବସ୍ଥିତ।ଏହାର ସୁଯୋଗ ନେଇ କିଛି ଚୋର ଛେଳି କରି କରିବା ପାଇଁ ଅଧ ରାତିରେ ଚାରି ଚକିଆ ଯାନ ଧରି ଆସି ଚୋରି କରିବାରେ ବିଫଳ ହୋଇଥିଲେ।
ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ- ସିଂଘାମୁଣ୍ଡା ଗ୍ରାମର ଗୋଲାପ ମେହେର ଙ୍କ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ ଗାଡ଼ି ନମ୍ବର ଓଡି ୦୩ ଏସ ୮୦୩୨ ଗାଡ଼ି ଉପରୋକ୍ତ ଗ୍ରାମକୁ ଗତକାଲି ରାତିରେ ଯାଇ ଏସ ଏଚ୍ ଜି ଗ୍ରୁପ ପାଳନ କରିଥିବା ଛେଳି ରୁ ୬ ଗୋଟି ଛେଳି ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଛେଳି ର ରକ୍ଷକ ଚୋର ମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ।ଗାଡ଼ି ଚାଲକ ସେଠାରୁ ଦୃତ ଗତିରେ ଗାଡ଼ି ନେଇ ପଳାୟନ କରୁଥିବା ବେଳେ ଲଛିପୂର୍ ବସୁ ମେହେର ଘର ସାମନା ରେ ଥିବା ବୁଲାନି ଠାରେ ଗାଡ଼ି ଭାରସାମ୍ୟ ହରାଇ ଗୋଟିଏ ମାଟିଗଦା ଉପରକୁ ଚଢ଼ି ଯାଇଥିଲା।ଡ୍ରାଇଭର ଭୟରେ ଗାଡ଼ି ଛାଡ଼ି ପଳାଇ ଯିବାରୁ ଛେଳି ମାଲିକ ଥାନା କୁ ଖବର ଦେଇଥିଲେ।ପୋଲିସ ଗାଡ଼ି କୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।ଏ ସମ୍ପର୍କରେ ଲଛିପୂର୍ ଥାନା ଅଧିକାରୀ ଶୋଭାକର ସେଠ୍ ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଚୋର କୁ ଗିରଫ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ , ଏହି ଗାଡିର ମାଲିକ ମଧ୍ଯ ଏଥିରେ ସମ୍ପୃକ୍ତ ଥିବା ଚର୍ଚା ହେଉଛି l