-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2023
ବଲାଙ୍ଗିର : ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ତଥା ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ଦିବସକୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତରଫରୁ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଜାତୀୟ ଶିକ୍ଷା ଦିବସ ପାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
ସଇଁନ୍ତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବ୍ଲକ ଅଫିସରେ କାର୍ଯ୍ୟରତ କର୍ମଚାରୀ ପଦ୍ମକାନ୍ତ ପାଣିଗ୍ରାହୀ ଯୋଗଦେଇ ଥିଲେ । ପ୍ରଥମେ ଭାରତ ରତ୍ନ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋଚିତ୍ରରେ ଧୂପ ଦୀପ ଓ ପୁଷ୍ପ ଅର୍ପଣ କରାଯାଇ ଥିଲା । ଶିକ୍ଷା ସବୁଠାରୁ ଶକ୍ତିଶାଳୀ ଜିନିଷ ଅଟେ । ଏହାଦ୍ବାରା ବ୍ୟକ୍ତିର ଜୀବନ ସବୁ ଦିଗରୁ ସରସ ଓ ସୁନ୍ଦର ହୋଇଥାଏ । କେବଳ ଆର୍ଥିକ ସ୍ତରରେ ନୁହେଁ, ଏହା ବୌଦ୍ଧିକ ସ୍ତରରେ ମଧ୍ୟ ଉନ୍ନତି ଆଣିଥାଏ । ଶିକ୍ଷାର ମହତ୍ତ୍ବକୁ ବୁଝାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ‘ଜାତୀୟ ଶିକ୍ଷା ଦିବସ' ଭାବେ ପାଳନ କରାଯାଉଛି ବୋଲି ମୁଖ୍ୟ ଅତିଥି ଶ୍ରୀଭୋଇ ମତପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ , ଅଙ୍ଗନବାଡି କର୍ମୀ ବାସନ୍ତୀ ସାହୁ, ଗ୍ରାମବାସୀ ପଙ୍କଜ ରଣା ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ରାମ ନାରାୟଣ ଦାଶ ପରିଚାଳନା କରିଥିଲା ବେଳେ ଶିକ୍ଷକ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।