-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଗତ କାଲି ସକାଳ ୮ ଟା ରେ ସ୍ଥାନୀୟ କୁଞ୍ଜ ଛକ ଠାରେ ସୋନପୁର ର ବର ପୁତ୍ର ତଥା ବିଜୁ ବାବୁ ଅତି ପ୍ରିୟ ସୋନପୁର ର ପ୍ରାକ୍ତନ ବିଧlୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି l କୁଞ୍ଜ ଛକ ଠାରେ ପ୍ରତିଷ୍ଠିତ କୁନ୍ଦୁରୁ କୁଶଳ ପ୍ରତି ମୁର୍ତ୍ତି ରେ ପୂଜା କରାଯାଇ ବରିଷ୍ଠ ନାଗରିକ ତଥା ଦଳୀୟ ନେତା ଓ କର୍ମୀ ଙ୍କ ଦ୍ୱାରା ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା l ଏଥିରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ସମେତ ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ୱାଇଁ, ପ୍ରକାଶ ସାହୁ, ପ୍ରଫେସର ନୀଳlମ୍ବର ଶତପଥୀ, ସତ୍ୟ ନାରାୟଣ ତ୍ରିପାଠୀ, ମାନ ଭଞ୍ଜନ ବେଦବାକ, ଜନ୍ମ ଜୟ ପାତ୍ର, ଆନନ୍ଦ ପାତ୍ର, ଗରିବ ଲୋଇ, ଶୟଦ ଅଲିମୁଲ ଇସଲାମ, ଇନ୍ଦୁମତୀ ପୁରୋହିତ, ଙ୍କ ସମେତ ବହୁ ବିଜେଡି ନେତା, ସମାଜସେବୀ, ବରିଷ୍ଠ ନାଗରିକ ଯୋଗ ଦେଇ ଥିଲେ l ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନୀୟ ପଏଁରୀ ସଭାଗୃହ ଠାରେ ମଧ୍ୟ ପଏଁରୀ ର ପତିଷ୍ଠାତା ତଥା ସୁବର୍ଣ୍ଣପୁର ର ପୂର୍ବତନ ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳ ଙ୍କ ଶ୍ରାଦ୍ଧବାର୍ଷିକି ପାଳିତ ହୋଇଯାଇଛି l ପଏଁରୀର ସଭାପତି ଲଡ଼ୁକିଶୋର ମଲ୍ଲିକ ସଭାପତିତ୍ୱ ରେ ହୋଇଥିବା ସଭାରେ ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ,ପଏଁରୀ ସମ୍ପାଦକ ଚୌଧୁରୀ ବିଭାର, ପ୍ରଫୁଲ୍ଲ ନାୟକ,ଶାନ୍ତନୁ ବାଘ, ଆନନ୍ଦ ପାତ୍ର, ବାବୁଲା ମିଶ୍ର, ସନ୍ତୋଷ ମିଶ୍ର, ସଞ୍ଜୟ ସାହୁ, ଗୋପାଳ ମେହେର,ଭାସ୍କର ଦାଶ ,, ସୁଶାନ୍ତ ସାହୁ, ଅମିତ ସାହୁ,ରୋଶନ ସାହୁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ କୁନ୍ଦୁରୁ ବାବୁଙ୍କ ସ୍ମୃତି ଚାରଣ କରି l ପରେ ଅନୁଷ୍ଠାନ ର ସଭ୍ୟ ପୃଥ୍ୱୀରାଜ ବାଘ ଧନ୍ୟବାଦ ଅର୍ପଣ କରିଥିଲେ l