-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Nov-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ଗତକାଲି ଅପରାହ୍ନ ୪ ଟା ରେ ବଲାଙ୍ଗୀର କଚେରୀ ଛକ ଠାରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିହାର ର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ ଅଶାଳୀନ ମନ୍ତବ୍ୟ କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ବିଧାନସଭା ଭିତରେ ମହିଳାମାନଙ୍କପ୍ରତି ଅପମାନଜନକ କଥା କହିଥିବାରୁ ତାଙ୍କୁ ନିନ୍ଦା କରି ନାରାବାଜି କରାଯାଇଥିଲା ଓ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ଫିରୋଜା ବିବି, ବାସନ୍ତୀ ଜେନା, ସରିତା ଯୋଶୀ, ସୌଦାମିନୀ ମିଶ୍ର, ଅନୁସୟା ବେଜ, ଅନିତା ମିଶ୍ର, ଗାୟତ୍ରୀ ଦାସ, ଅରୁଣା ବାଗ, ବିନ୍ଦିୟା ରଥ, ବିଜେପି ର ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀ, ଚିତ୍ତରଞ୍ଜନ ମିଶ୍ର, ହରିଶଙ୍କର ଛତ୍ରିଆ, ପିତାମ୍ବର ଖମାରୀ, ଅମରଜିତ ପଟେଲ, ନୁର୍ପ ବଗର୍ତ୍ତୀ, ମଧୁ ପଣ୍ଡା,ଦଶମୁ ସୁନା,ଦେବବ୍ରତ ସିଂନିନା, ରାଜୁ ନାଏକ,ବୈବାସ ଘଡେଇ, ପ୍ରମୋଦ ସାହୁ,ସାନନ୍ଦ କାଲସାଏ, ଶ୍ରୀକାନ୍ତ ଜାଲ ଆଦି ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l