-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
06-Nov-2023
କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଯୋଜନାରେ ବାମ ମୁଖ୍ୟ କେନାଲରୁ ବାହାରିଥିବା ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରୀ କେନାଲ ରାସ୍ତା ର ମରାମତି କାର୍ଯ୍ୟ ରାତି ଅଧିଆ କରାଯାଉଥିବା ଦେଖା ଯାଇଛି । ସୋମବାର ସକାଳୁ କ୍ରଶର ଗୁଣ୍ଡ ମିଶା ଗେଟୀ ପକାଇ ଦେବା ପରେ ରୋଲର ବୁଲାଇ ଦିଆ ଯାଇ ଥୁକ ପାଳିଶ କରି ଦେଇଥିବା
ଅଭିଯୋଗ ହେଉଛି । ସୋମବାର ରାତି ରେ ପିଚୁ କାମ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇ ସନ୍ଧ୍ୟା ହେବା ପରେ ଅନ୍ଧାର ରାତି ୭ ଟା ସମୟରେ ହାଇୱା ଯୋଗେ ପିଚୁ ଅଣାଯାଇ ଉକ୍ତ ରାସ୍ତାରେ ପିଚୁ କାମ କରାଯାଇଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଗ୍ରାମ ବାସୀ ଅଭିଯୋଗ କରିବା
ପରେ ମଧ୍ୟ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଠିକାଦାର ଯେନତେନ ପ୍ରକାରେ ରାତି ଅଧିଆ କାମ ସଋ ଦେବାକୁ ବ୍ୟବସ୍ଥା କରୁଥିବା ପ୍ରକାଶ । ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଠିକାଦାର ଏଭଳି ଭାବେ ରାତି ଅଧିଆ କାମ କରିବା ନିଶ୍ଚିତ ପକ୍ଷେ ନିମ୍ନ ମାନର ହୋଇଥାଇ ପାରେ ବୋଲି ଜନସାଧାରଣ ରେ ଅଭିଯୋଗ ହେଉଛି । ଏସମ୍ପର୍କରେ ରାଜ୍ୟ କ୍ଵାଲିଟି ନିୟନ୍ତ୍ରଣ ବିଭାଗ ଦ୍ବାରା ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।