-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
06-Nov-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):ନଅଦିନ ବ୍ୟାପି ସହରର ଢେରାପଡା ଠାରେ ଚାଲିଥିବା ହରଗୈ।ରୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ହରଗୈ।ରୀ ବିଭିନ୍ନ ଦ୍ଵାରରେ ପୂଜା ପାଇବା ପରେ ଉଭୟ ଦେବଦମ୍ପତି ଙ୍କୁ ଏକ ସୁସଜ୍ଜିତ ଗାଡିଉପରେ ବସାଯାଇଥିଲା।ଗତ ର।ତି ରେ ଶିବାନୀ ପାତ୍ର ଓ ଲକ୍ଷ୍ମୀ ପାତ୍ର, ହରଗୈ।ରୀ ଙ୍କୁ
ମୁଣ୍ଡ ରେ ଧାରଣ କରି ବିଭିନ୍ନ ଦ୍ଵାରପରିକ୍ରମା କରିଥିଲେ ।ପରେ ମଧ୍ୟରାତ୍ରୀ ରେ ବିଭିନ୍ନ ସାଂସ୍କୃତିକ ଦଳ ସହ ହଜାର ହଜାର ଦର୍ଶକ ଙ୍କ ମେଳରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଶେଷ ଆକର୍ଷଣ ସ୍ଵରୁପ ଛତିଶଗଡ଼ ଦୁର୍ଗ ରୁ ଆସିଥିବା ଆନନ୍ଦ ଧୁମାଲ ଓ ସାଥି ଙ୍କ ମ୍ୟୁଜିକ୍ ବେଣ୍ଡ, ଗଞ୍ଜାମ ର ଯୋଡିଶଙ୍ଖ,ଖଟଖଟିଆର ଶବର ଶବରୁଣୀ , ଅମ୍ବାଦୋଳା ର ଘୁମୁରା ଓ ବଲାଙ୍ଗୀର ର ରନିଂମେଲୋଡୀ ଓ ଦୁଲଦୁଲି ପ୍ରମୁଖ ସାଂସ୍କୃତିକ ଶୋଭାଯାତ୍ରା ଦର୍ଶକ ମନଭରି ଉପଭୋଗ କରିଥିଲେ। ଶୋଭାଯାତ୍ରା ଅପରାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଆଜିର ଏହି ଭଷାଣୀ ଶୋଭାଯାତ୍ରା ରେ ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସମ୍ପାଦକ ଜନ୍ମେଞ୍ଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସହ ସଂପାଦକ ସତ୍ୟ ନାରାୟଣ ରାଓ,ସୁରଜ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର,ରାଜୁରାଓ , ମନୋରଞ୍ଜନ
ତ୍ରିପାଠୀ,ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନିଧି ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ସନ୍ତୋଷ ପାତ୍ର, ଶ୍ରୀରାମ ପାତ୍ର, ସ୍ୱାଗତଂ ପାତ୍ର, ସୁଦର୍ଶନ ପାତ୍ର (ଲୁଲୁ ), ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ଅକ୍ଷୟ ପାତ୍ର, ବୈକୁଣ୍ଠ ପାତ୍ର ପ୍ରମୁଖ ପଡାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ lଶୋଭାଯାତ୍ରା ରେ ହଜାର ହଜାର ଦର୍ଶକ ସାମିଲ୍ ହୋଇଥିବା ଦେଖାଯାଇଥିଲା।