-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
06-Nov-2023
କେସିଙ୍ଗା )କେଶବ ମେହେର )
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଚାଞ୍ଚେର 5 T, ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଲା ବନ୍ଧ କରିବା ସହିତ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବା ଅନଶନ ରେ ଗ୍ରାମ ବାସୀ ।ସୂଚନା ଅନୁଯାୟୀ ଗତ ୨୦୨୧/୨୨ ଆର୍ଥିକ ବର୍ଷରେ ସରକାରୀ ଉଚ୍ଚ ବିଦ୍ୟାଳୟ ଚାଞ୍ଚେର ର ରୂପାନ୍ତରି କରଣ କାର୍ଯ୍ୟ ଭାର ନେଇ ଠିକ୍ ସମୟରେ ସଠିକ୍ ଭାବରେ ସମ୍ପାଦନା କଲୁ କିନ୍ତୁ ଆମ୍ଭ ମାନଙ୍କୁ ଆମର ବଳକା ଅର୍ଥ ରାଶି ଦିଆଗଲା ନାହିଁ।ଯାହାକି ଜିଲ୍ଲା ମାଜିଷ୍ଟ୍ରେଟ ,କଳାହାଣ୍ଡି ଙ୍କୁ ମଧ୍ୟ ବାରମ୍ବାର ଦୃଷ୍ଟି ଗୋଚର କଲୁ ହେଲେ କିଛି ସୁଫଳ ଆଜି ଯାଏ ମିଳିପାରି ନାହିଁ।ଏଣୁ ଆମ୍ଭେ କଳାହାଣ୍ଡି ଜିଲ୍ଲାପାଳ,କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ,କଳାହାଣ୍ଡି ଶିକ୍ଷା ଅଧିକାରୀ,କେସିଙ୍ଗା ଥାନା ଅଧିକାରୀ,କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ,କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ,ଏବଂ ଚାଞ୍ଚେର 5T ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ଲିଖିତ ଜଣାଇଲୁ lଏଣୁ ଆମ୍ଭେ ସିର୍ଦ୍ଧାନ୍ତ ନେଲୁ ଯେ ଆସନ୍ତା ୦୬/୧୧/୨୦୨୩ ସୋମବାର ସକାଳ ରୁ ଉକ୍ତ ବିଦ୍ୟାଳୟକୁ ତାଲାମରିବା ସହ ନିଜର ଅଧିକାର ନେବୁ ବୋଲି ଆଜି ଆମ୍ଭେ ଗ୍ରାମ ବାସୀ ବୃନ୍ଧ ଆଜି ଚାଞ୍ଚେର 5T ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ଭୁଖରେ ଧାରଣାରେ ବା ଅନଶନ ରେ ବସିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଉକ୍ତ ବ୍ୟକ୍ତି ମାନଙ୍କର ସମସ୍ୟା କେବେ କରୁଛନ୍ତି ଆଗାମୀ ଦିନରେ ଜଣାପଡ଼ିବ।