-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
05-Nov-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ ): ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ନୋଡାଲ ଉଚ୍ଚ ପ୍ରାଥମିକ ତଥା କେଜିବିଭି ସ୍କୁଲର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସୁରଭି, ମିଲେଟରେ ଭାଗ ନେଇ ଡାନ୍ସ ପ୍ରତିଯୋଗିତାରେ ଏହି ସ୍କୁଲର ଛାତ୍ରୀମାନେ ପ୍ରଥମ ସ୍ଥାନରେ କୃତିତ୍ୱ ଲାଭ କରିଥିବାରୁ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସ୍ତରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସ୍କୁଲ୍ ପାଇଁ ଗୌରବ ଆଣିଥିବା ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସିଆରସିସି ଜୟଶ୍ରୀରାମ ସିକନ୍ଦର ସଭାପତିତ୍ବ କରିଥିଲେ। ମୟବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର
ପଶାୟତ, ଅବସରପ୍ରାପ୍ତ ଶିକ୍ଷକ ଭକ୍ତବନ୍ଧୁ ଭୋଇ, ମନୋଜକୁମାର ପୂଜାରୀ, ଶିକ୍ଷକ ସୁଶିଲ ସାହୁ, ୱର୍ଦେନ୍ ମନୋରମା ମହାପାତ୍ର, ବିନୋଦ ବେହେରା, ଦୟାସାଗର ପଧାନ, ସଦାନନ୍ଦ ପଧାନ, ରାଜଲକ୍ଷ୍ମୀ ସହଦେଓ, ଚୈତନ୍ୟ ବାରିକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ସିଲଡ ଦେଇ ସମ୍ବର୍ଦ୍ଧନା କରିଥିଲେ ।ସାମଗ୍ରିକ ଭାବେ କଳା ଶିକ୍ଷକ ଅବିନାଶ ମହାପାତ୍ର ସଂଯୋଜନା କରିଥିଲେ ।