-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||     

HOME   ଜିଲ୍ଲା

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ତ ଦାବୀ ପ୍ରତି ରାଜ୍ୟ ସରକାର ସବୁବେଳେ ଯତ୍ନବାନ -- ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଓୟୁଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

05-Nov-2023



ବଲାଙ୍ଗିର(ପ୍ରେରଣା ଖବର ବ୍ୟୁରୋ): ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମସ୍ତ ଦାବୀକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେବା ସହ ସର୍ବଦା ସେମାନଙ୍କ ଉନ୍ନତି କଳ୍ପେ ଯତ୍ନବାନ ବୋଲି ଓୟୁଜେ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସଡକ ପରିବହନ ମନ୍ତ୍ରୀ  ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି। ଓୟୁଜେ ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ସଭାପତିତ୍ବ ଓ ରାଜ୍ୟ ସାଧାରଣ ସମ୍ପାଦକଙ୍କ ଅଶୋକ ନନ୍ଦଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ସାହୁ ଆହୁରି କହିଥିଲେ ଯେ ଗୋଟିଏ ସ୍ଥାନ ରେ ଗୋଟିଏ ଜାଗାରେ ରାଜ୍ୟ ସାମ୍ବାଦିକଙ୍କୁ ଏକାଠି ଦେଖି ବହୁତ ଖୁସି ଲାଗିଲା। ସେ କହିଥିଲେ ଯେ ସାମ୍ବାଦିକ ମାନେ ନିଜର ସ୍ୱାଭିମାନକୁ ରକ୍ଷା କରି  ନିରବଚ୍ଛିନ୍ନ ଭାବରେ ଅହୋରାତ୍ର କାର୍ଯ୍ୟ କରୁଛନ୍ତି  ଏବଂ ପ୍ରତିକୂଳ ପରିସ୍ଥିତି ରେ ଛିଡା ହୋଇ କାର୍ଯ୍ୟ କରି ଚାଲୁଛନ୍ତି ପଛକୁ ନ ଚାହିଁ ।ସେମାନେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୋଷ ତ୍ରୁଟି ମଧ୍ୟ ଉଜାଗର କରୁଛନ୍ତି ,ତେଣୁ ଆପଣ ମାନେ

ପ୍ରକୃତରେ ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ରୂପେ କାର୍ଯ୍ୟ କରିଛନ୍ତି। ତେଣୁ ଆପଣ ମାନଙ୍କ ସୁବିଧା  ପାଇଁ ରାଜ୍ୟ ସରକାର ସବୁବେଳେ ଯତ୍ନବାନ ଅଛନ୍ତି ଏବଂ ଆପଣ ମାନେ କରିଥିବା ଦାବୀ ଗୁଡ଼ିକୁ ରାଜ୍ୟ ସରକାର ଙ୍କ ପାଖରେ ନିଶ୍ଚିତ ଉପସ୍ଥାପନ କରିବେ ବୋଲି ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ସେ ଆହୁରି କହିଥିଲେ ଯେ ଲୋୟର ସୁକତେଲ ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟମରେ ବଲାଙ୍ଗିର ଜିଲ୍ଲା କୁ ଆହୁରି ସମ୍ବୃଦ୍ଧ କରିବାରେ ଆପଣ ଙ୍କ ପରସଂଶନୀୟ ସହଯୋଗ ରହିଛି ଏବଂ ଏହା ଜାରି ରହୁଥାଉ ,ଫଳରେ ଆମେ ସମସ୍ତେ ମିଶି ବଲାଙ୍ଗିର ଜିଲ୍ଲା କୁ ଆହୁରି ଆଗକୁ ନେଇ ପରିବା। ମନ୍ତ୍ରୀ ଶ୍ରୀମତୀ ସାହୁ ଲକ୍ଷ୍ମୀ ବସ ରେ ଗ୍ରାମାଞ୍ଚଳ ରୁ ନେଇ ଜିଲ୍ଲା ସଦର ମହକୁମା ଯାଏ ସାମ୍ବାଦିକ ମାନେ କିଭଳି ନିଶୁଳ୍କ ବସ ସେବା ପାଇ ପାରିବେ ତାହା ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଶ୍ଚିତ ଭାବରେ କାର୍ଯ୍ୟକାରି କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ଓୟୁଜେ ପକ୍ଷରୁ ରାଜ୍ୟ ସରକାର ଙ୍କ ପାଖରେ କରାଯାଇଥିବା ସମସ୍ତ ଦାବୀ  ବିଷୟରେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ବିଧାନସଭା ରେ ମୁଖ୍ୟ ସଚେତକ ବିଧାୟକ ସରୋଜ ମେହେର ।ସେ ନିଜ ବକ୍ତବ୍ୟ ରେ ସାମ୍ବାଦିକ ମାନେ ନିଜର ବ୍ୟକ୍ତିଗତ ସୁବିଧାକୁ ଭ୍ରୁକ୍ଷେପ ନ କରି ଯେଭଳି ଭାବରେ ନିଜର କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ଅଟେ।ସମସ୍ତ ଙ୍କ ଦାବୀ କୁ ସେ ମଧ୍ୟ ରାଜ୍ୟ ସରକାର ଙ୍କ ପାଖରେ ଦୃଢ଼ତା ର ସହ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜ ବକ୍ତବ୍ୟରେ କହିଥିଲେ ଯେ ନିଜ ର ବକ୍ତବ୍ୟ ରେ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ଆଜି କେନ୍ଦ୍ର ରୁ ଆରମ୍ଭ କରି ରାଜ୍ୟ ସରକାର ମାନେ ସମାଜ ର ଚତୁର୍ଥ ସ୍ତମ୍ଭ କୁ ବେଶୀ ହଇରାଣ କରାଯାଉଛି। ଗୋଟିଏ ସମୟ ଥିଲା ନିର୍ଭୟ ହିସାବ ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ଆଜି ସେହି ସ୍ଵାଧୀନତା ରେ କାର୍ଯ୍ୟ କରିପାରୁନାହିଁ। ଖବକାଗଜ ଓ ନ୍ୟୁଜ କେନାଲ ର ମାଲିକ ମାନେ ସରକାର ଙ୍କ ଗୋଡନିଆ ହୋଇ ନିଜର ସ୍ଵାଧୀନତା କୁ ଜଳାଞ୍ଜଳି ଦେଇ ନିଜର ବ୍ୟକ୍ତିଗତ ଲାଭ ଓ ସଂସ୍ଥା ର ବ୍ୟବସାୟିକ ଲାଭ ପାଇଁ କେବଳ ଚେଷ୍ଟା କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ବହୁତ ବିପଦ ଅଟେ। ଆଜି ଖବର ସରକାରୀ ପ୍ରାୟୋଜିତ ହୋଇ ଯାଉଛି। ଅସଲ ଖବର କୁ ନିଜେ ସରକାରୀ କଳ କବର ଦେଇଦେଉଛି ନିଜର ସ୍ଵ ପ୍ରାୟୋଜିତ ଗଣ ମାଧ୍ୟମ ଜରିଆରେ। ଫଳରେ ସରକାର ନିଜ ସପକ୍ଷ ର ଖବର କେବଳ ପରିବେଷଣ ର ବ୍ୟବସ୍ଥା କରି ସମାଜ ର ପ୍ରକୃତ ଖବର କୁ ଚାପି ଦେବାରେ ସଫଳ ହୋଇ ପାରୁଛନ୍ତି। ସେ ଆଗାମୀ ବିଧାନ ସଭା ଅଧିବେଶନ ରେ ରାଜ୍ୟ ସାମ୍ବାଦିକ ମାନଙ୍କ ସମସ୍ତ ଦାବୀ ଯଥା ପ୍ରେଷ୍ଟିଜ , ପେନସନ ଓ ପ୍ରୋଟେକ୍ସନ ର ଯେଉଁ ଦାବୀ ରହିଛି ତାହା ନିଶ୍ଚିତ ଭାଗରେ ବିଧାନ ସଭା ରେ ଉତ୍ଥାପନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। 
     ନିଜର ସଭାପତି ଅଭିଭାଷଣ ରେ ଓୟୁଜେ ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି କହିଥିଲେ ଯେ ଆମେ ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକସନ ପାଇବା ଦରକାର । ଏହି ତିନୋଟି ଦାବୀ ନେଇ ଆଗାମୀ ଦିନରେ ରାଜ୍ୟ ସାରା ଆନ୍ଦୋଳନ କୁ ଓହ୍ଲାଇବ ଓୟୁଜେ । ସେ କହିଥିଲେ ଯେ ସମଗ୍ର ଦେଶରେ ଆଜି ସାମ୍ବାଦିକ ମାନଙ୍କୁ ହଇରାଣ କରାଯାଉଛି, ଆକ୍ରମଣ କରାଯାଉଛି ।ତାହା ଓଡ଼ିଶାରେ ମଧ୍ୟ ପରିଲକ୍ଷିତ ହେଉଛି,ତେଣୁ ସାମ୍ବାଦିକ ମାନଙ୍କୁ ଓଡ଼ିଶାରେ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାର ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଅଟେ। ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଓଡ଼ିଶା ବିଧାନସଭା ରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବିଲ ଆଣନ୍ତୁ। ଦ୍ଵିତୀୟ ବିଷୟ ହେଲା ସାମ୍ବାଦିକ ମାନେ ଖଟି ଖଟି ନିଜର ସାରା ଜୀବନ ସାରି ଦେଇଥିବା ବେଳେ ଆଜି ସେମାନଙ୍କ ନିଜସ୍ଵ ପାରିବାରିକ ସୁରକ୍ଷା କିଛି ନାହିଁ । ତାଙ୍କର ପାରିବାରିକ ସୁରକ୍ଷା ପାଇଁ ଖୁବ ଶୀଘ୍ର ସାମ୍ବାଦିକ ଅଧିସ୍ଵୀକୃତି ପ୍ରକ୍ରିୟା ଆରମ୍ଭ କରାଯାଇ ସମସ୍ତ ବରିଷ୍ଠ ସାମ୍ବାଦିକ ଙ୍କୁ ରାଜ୍ୟ ସରକାର ଅଧିସ୍ଵୀକୃତି ପ୍ରଦାନ କରନ୍ତୁ। ଏହା ସହ ଜୀବନ ର ଯୌବନବସ୍ତା ରୁ ପ୍ରୌଢ଼ବସ୍ଥା ଦେଇ ବୃଦ୍ଧାବସ୍ଥା ରେ ପହଁଚିବା ପରେ ମଧ୍ୟ ତାର ପାଖରେ ଶେଷ ଜୀବନ ରେ ପରିବାର ପ୍ରତିପୋଷଣ କରିବା ପାଇଁ ଆଉ କିଛି ଉପାୟ ରହିନଥାଏ। ତେଣୁ ସେମାନଙ୍କ ଏହି ଦୂରବସ୍ଥା ର ନିବାରଣ କରିବା ପାଇଁ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଅବସରକାଳୀନ

ପେନସନ ଯୋଗାଇ ଦିଆଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଥିଲେ।
      ସଭା ପ୍ରାରମ୍ଭ ରେ ଲକ୍ଷ୍ମୀ ନାରାୟଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବଦ୍ରୀ ନାରାୟଣ ମିଶ୍ର ସ୍ୱାଗତ ଭାଷଣ, ସମ୍ପାଦକ ଅଭୟ ତ୍ରିପାଠୀ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଉପ- ସଭାପତି ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
      ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଓ ଟିଭି ର ପଶ୍ଚିମ ଓଡ଼ିଶା ମୁଖ୍ୟ ମନୋରଞ୍ଜନ ଯୋଶୀ ଙ୍କୁ  ଓୟୁଜେ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ , ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବଲାଙ୍ଗୀର ସଂଘ ପକ୍ଷରୁ ରାଜ୍ୟ ର ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026
  ଜିଲ୍ଲା  
ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   03-Sep-2026

You Might Also Like