-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
04-Nov-2023
ବଲାଙ୍ଗିର, କିଛି ଦିନ ପୂର୍ବରୁ ବଲାଙ୍ଗୀର ସିଭିଲ କୋର୍ଟ ଜୁନିୟର ଡିଭିଜନ ରେ ପେପରଲେସ୍ କୋର୍ଟ ର ଶୁଭାରମ୍ଭ ହୋଇଥିବା ବେଳେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସ୍ଥାନୀୟ ପାଟଣାଗଡ଼ ରୋଡ ଠାରେ ପିଏମ୍ଜେଜେବି (ପ୍ରନ୍ସିପାଲ୍ ମାଜିଷ୍ଟ୍ରେଟ୍ ଜୁଭ୍ଲିଆନ ଜଷ୍ଟିସ୍ ବୋର୍ଡ) ର ନୁଆଁ କୋଠା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଦୌରା ଜଜ୍ ଲଲାଟେନ୍ଦୁ ଜେନା, ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଓ ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାରୀଙ୍କ ଉପସ୍ଥିତିରେ ଏହି ନୂଆଁ କୋର୍ଟକୁ ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଉଦ୍ଘାଟନ କରିଥିଲେ । ଏଥିରେ ବଲାଙ୍ଗୀର ସିଭିଲ କୋର୍ଟର ସମସ୍ତ ବିଚାରପତିଙ୍କ ସମେତ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପଠୀ ଓ ସଂପାଦକ ଅମନ ନାଗ ଓ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାର ଘଟୁଥିବା ନାବାଳକ ଅପରାଧ ସଂପର୍କିତ ବିଭିନ୍ନ କେଶର ଶୀଘ୍ର ସମାଧାନ ଦିଗରେ ଏହି ନୂତନ କୋର୍ଟ ସହାୟକ ହୋଇ ପାରିବ ବୋଲି ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।