-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Nov-2023
ନୂଆପଡ଼ା - (ଡୋଲେସ୍ବର ଵାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ କରଙ୍ଗାମାଳ ଶାଖା ଓ ମିଶନ ଶକ୍ତି ବୋଡ଼େନ ଆନୁକୁଲ୍ୟରେ କରଙ୍ଗାମାଲ ଠାରେ ଚାରୋଟି ଗ୍ରାମ ପଞ୍ଚାୟତ ଯଥା ବାବେବିର,କରଙ୍ଗାମାଲ, ରୋକାଲ ଓ ଲର୍କା ର ସମୁଦାୟ ୧୪ ଟି ସ୍ଵୟଂ ସହାୟିକା ଗୋଷ୍ଠୀକୁ ବୟାଲିସ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥିଲେ ।ଋଣ ମେଳା କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ପରିଚାଳକ ସୌଭାଗ୍ୟ କୁମାର ବିଶ୍ଵାଳ ଅଧ୍ୟକ୍ଷତା କରିଥିବା ବେଳେ ମିଶନ ଶକ୍ତି ବି ପି ସି ବୋଡ଼େନ ରାଜେଶ କୁମାର ସାହୁ ପରିଚାଳନା ଅଧିକାରୀ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ୍ ମିତ୍ର ସବିତା ବାଗ,ଇନ୍ଦିରା ବାଗ ଏମ ବି କେ ରୋକାଲ,ସଂଯୁକ୍ତା ପଟେଲ ଏମ ବି କେ ବାବେବୀର୍ ଓ ଜାନକୀ ମାଲି ଏମ ବି କେ ଲର୍କା ମଞ୍ଚାଷିଁନ ଥିଲେ ।ଏହି ସଭାରେ ବ୍ୟାଙ୍କ୍ ପରିଚାଳକ ସମସ୍ତ ପ୍ରକାର ଋଣ ଉପରେ ଆଲୋକପାତ କରି କହିଲେ ଯେ ଯେଉଁମାନେ ନୂତନ ଭାବେ ଋଣ ନେବେ ତାଙ୍କ ଖାତାରେ ଥିବା ଅର୍ଥର ଦ୍ଵିଗୁଣ ଋଣ ଆକାରରେ ପ୍ରଦାନ କରାଯିବ ଏବଂ ଯେଉଁମାନେ ଋଣ ନେଇ ନିୟମିତ ପ୍ରକାରେ ପରିଶୋଧ କରିଛନ୍ତି ତାଙ୍କୁ ତାଙ୍କ ଖାତାରେ ଯେତେ ଟଙ୍କା ଥିଲେ ମଧ୍ୟ ତିନି ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି କହିଥିବା ବେଳେ ବି ପି ସି ରାଜେଶ ସାହୁ ଋଣ ଓ ସୁଧ ତଥା ପରିଶୋଧର ସମସ୍ତ ସାଧନ ବର୍ଣ୍ଣନା କରିଥିଲେ ।ବ୍ୟାଙ୍କ୍ ମିତ୍ର ସବିତା ବାଗ ଶୁନ ସୁଧ ହାରରେ କେଉଁ ମାନଙ୍କୁ ଏବଂ କେଉଁ ପରିସ୍ଥିତିରେ ଋଣ ଦିଆଯାଏ ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରି କହିଲେ ।ପୁଣି ବିଭିନ୍ନ ପ୍ରକାର ବୀମା ଯୋଜନା କୁ ଉପସ୍ଥାପନ କରି ସମସ୍ତ ମହିଳାଙ୍କୁ ବୀମାଭୁକ୍ତ କରିବାକୁ ବ୍ୟାଙ୍କ ମିତ୍ର ଅନୁରୋଧ କରିବା ଦୃଷ୍ଟିକୁ ଆସିଥିଲା ।ଏହି ସଭାରେ ଅନେକ ସି ଆର୍ ପି,କୃଷି ମିତ୍ର, ପ୍ରାଣୀ ମିତ୍ର, ଇ ସି ମେମ୍ବର ଓ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦାନ କରିଥିଲେ ।