-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Nov-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସହରର ଢ଼େରlପଡା ଠାରେ ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ପ୍ରତିଦିନ ହରଗୌରୀଙ୍କ ଠାରେ ତେଲୁଗୁ ରୀତିନୀତି ଅନୁଯାୟୀ ପୂଜାପାଠ ଚାଲିଛି। ରାୟଗଡ଼ା ଜିଲ୍ଲା ଗୁମୁଡାରୁ ଆସିଥିବା ତେଲୁଗୁ ପାନ୍ତୁଲୁ ଏ. ଦୁର୍ଗାପ୍ରସାଦ ସମସ୍ତ ପୂଜାବିଧି ନିର୍ବାହ କରୁଛନ୍ତି। ଆଜିର ରୁଦ୍ରାଭିଷେକ, ଷୋଡଶ ଉପଚାର ପୂଜା ର କର୍ତ୍ତା ଭାବରେ ରମେଶ ଅଗ୍ରୱାଲ, ସନ୍ତୋଷ ପାତ୍ର ଓ ରବି ନାରାୟଣ ମେହେର
ସପତ୍ନୀକ ଙ୍କ ଦ୍ଵାରା ପୂଜା ଅନୁଷ୍ଠିତ ହୋଇଥିଲା। ପରଂମ୍ପରା ଅନୁଯାୟୀ ହରଗୈ।ରୀ ଙ୍କଠାରେ ପ୍ରତିଦିନ ପିଠାପଣା ଲାଗି କରାଯାଇଥାଏ। ହର ଗୌରୀ ମହାପ୍ରଭୁଙ୍କ ଯୃଗଳ ଦର୍ଶନ କରିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଅପୂର୍ବ ଉତ୍ସାହ ପ୍ରକାଶ ପାଇଛି। ବିଶେଷ କରି ଏହି ଅବସରରେ ମହିଳାଙ୍କ
ଦ୍ଵାରା ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଆଜି ଅନୁଷ୍ଠିତ ହୋଇଛି।ଏହି ପୂଜା ସଧବା ମହିଳାମାନଙ୍କ ଏକ ବହୁ ପ୍ରତୀକ୍ଷିତ ପୂଜା।ପରିବାରରେ ସୁଖଶାନ୍ତି ଓ ସ୍ଵାମୀ ମାନଙ୍କ ଦୀର୍ଘ ଜୀବନ କାମନା କରି ଏହିପୂଜା କରିଥାନ୍ତି। ସେହିପରି ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁଦୂର ରାଞ୍ଚି ର ମେଲୋଡ଼ି ଇକୋଡିଲା ଇଭେଣ୍ଟ୍ ରହିଛି l