-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||     

HOME   ଜିଲ୍ଲା

ଜାମସେଦପୁର ର ଅଟିଷ୍ଟିକ୍ କିଶୋର ଆଶୁତୋଷ ଙ୍କର ରେକର୍ଡ ହାସଲ

02-Nov-2023



ଜାମସେଦପୁର(ପ୍ରେରଣା ଖବର ): ଅଟିଜିମ୍ ରୋଗରେ ପୀଡ଼ିତ ଜାମସେଦପୁରର କିଶୋର  ଆଶୁତୋଷ ପାଣିଗ୍ରାହୀ ଆବାକସ୍ ପ୍ରତିଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରି ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି।୧୭ ବର୍ଷୀୟ ଶ୍ରୀ ପାଣିଗ୍ରାହୀ ମାତ୍ର ୧୦ ମିନିଟ୍ ମଧ୍ୟରେ ୧୦୧ଟି ପାଞ୍ଚ ଥାକିଆ ମିଶାଣ, ଫେଡାଣ ଏବଂ ପାଞ୍ଚ ମିନିଟରେ ୧୦୭ଟି  ଗୁଣନ କରିବାରେ  ସକ୍ଷମ ହୋଇ ଇଣ୍ଡିଆ ବୁକ୍ ଅଫ୍     ରେକର୍ଡସ

ରେ ସ୍ଥାନ ପାଇଛନ୍ତି। ଇଣ୍ଡିଆନ ଆବାକସ୍ (ଆଇ. ଏ)ସଂସ୍ଥାନ  ଦ୍ୱାରା  ଏହାର କରଣ୍ଡିହ କେନ୍ଦ୍ର ରେ ଆୟୋଜିତ ଏହି ପରୀକ୍ଷା, ଆଈ.ବି.ଆର୍. ର ନିର୍ଣ୍ଣାୟକ ଅରିନ୍ଦମ ସେନଗୁପ୍ତା,ଆଇ. ଏ ର ଝାଡ଼ଖଣ୍ଡ ଶାଖା ର ମୁଖ୍ୟ  ସଂଜୀବ ସିଂହ ଓ ବରିଷ୍ଠ ପ୍ରଶିକ୍ଷିକା କାଞ୍ଚନ ସିଂହ ଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ପ୍ରତିଯୋଗୀତା, ଆନ୍ତର୍ଜାତୀୟ ପ୍ରୋଟକଲ୍ ଅଫ୍ ରେକର୍ଡର ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ଏହା ଦ୍ୱାରା ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ସଂପନ୍ନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କମିଶନରଙ୍କ କାର୍ଯ୍ୟାଳୟ ,ପୂର୍ବ ସିଂହଭୂମ ଜିଲ୍ଲା ଡାକ୍ତରଖାନା, ଆସପାୟାର୍, ନଇଦିଶା, ସ୍ୱତନ୍ତ୍ର ଅଲମ୍ପିକ ଭାରତ ଓ ୟଙ୍ଗ ଇଣ୍ଡିଆ ଆଦି ସ୍ୱେଚ୍ଛାସେବୀ ସଂଗଠନ ତଥା ଟାଟା ପାୱାର, ଟାଟା ସବଲ ଏବଂ ଟାଟା ନଗର ରେଳ ଷ୍ଟେସନ୍ ଆଦି ଅନୁଷ୍ଠାନ ର ପ୍ରତିନିଧି ମାନେ ପ୍ରତିଯୋଗିତା ସ୍ଥଳ ରେ ଉପସ୍ଥିତ ରହି ଆଶୁତୋଷ ଙ୍କୁ ଉତ୍ସାହିତ କରିଥିଲେ।                                   ଏପର୍ଯ୍ୟନ୍ତ ଔଷଧ ଉଦଭାବନ ହୋଇ ପାରିନଥିବା ଅଟିଜିମ୍ ଭଳି ଦୁର୍ବିସହ ବ୍ୟାଧିଗ୍ରସ୍ତ ହୋଇଥିବା ସତ୍ତ୍ୱେ ଆଶୁତୋଷ ଆବାକସ୍ ପ୍ରତିଯୋଗିତାରେ ଅସାମାନ୍ୟ କୃତୀତ୍ୱ ହାସଲ କରିପାରି ଥିବା ଯୋଗୁଁ ତାଙ୍କର ପରିବାରବର୍ଗ, ବନ୍ଧୁ,ପରିଜନ, ପ୍ରଶଂସକ ଏବଂ ସମାଜର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଏବେ ଅଭିନନ୍ଦନ ଓ ସାଧୁବାଦ  ବାର୍ତ୍ତା ର ସୁଅ ଛୁଟିଥିବା ଜଣାଯାଇଛି। ବିଶେଷକରି ନିଜ ସାମ୍ନାରେ ଥିବା ଆହ୍ୱାନ କୁ ଅବସର ତଥା ସମସ୍ୟା କୁ ସୁଯୋଗରେ ସେ ପରିଣତ କରିପାରିଥିବା ବିଷୟକୁ ସବୁ ସ୍ତରରେ ଆଦୃତ କରାଯାଉଛି। ଆଶୁତୋଷଙ୍କର ଅନନ୍ୟ ପ୍ରତିଭା ଏବଂ ଅସାଧରଣ ପାରଦର୍ଶିତା କୁ ସର୍ବସାଧାରଣରେ ପ୍ରଦର୍ଶନ କରିବା ସକାଶେ ଆବଶ୍ୟକୀୟ ମଞ୍ଚ ପ୍ରଦାନ କରିଥିବା ହେତୁ ତାଙ୍କର ପିତା ବିଶ୍ଵଜୀତ ପାଣିଗ୍ରାହୀ ଏବଂ ମାତା ଡ଼ଃ  ନିବେଦିତା କର ଆଇ. ବି.ଆର୍ ଓ ଇଣ୍ଡିଆନ ଆବାକସ୍ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। ଆଶୁତୋଷ ନିକଟରେ ଦ୍ୱାଦଶ ଶ୍ରେଣୀ ସମ୍ପୁର୍ଣ୍ଣ କରି ଏବେ କମ୍ପୁଟରର  କୋଡ଼ିଂ ଶିକ୍ଷା ପ୍ରାପ୍ତ କରୁଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ ରେ  ପ୍ରଚୁର ରୁଚି ରଖୁଥିବା ଆଶୁତୋଷ ବିଶାରଦ ପରୀକ୍ଷାରେ ପ୍ରଥମଶ୍ରେଣୀ ରେ ଡିସଟିଙ୍କସନ୍ ସହିତ ଉତ୍ତୀର୍ଣ୍ଣ ହେଇଛନ୍ତି l ଜାମସେଦପୁର ମିଉଜିକ୍ ସର୍କଲ୍ ତରଫରୁ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମ ମାନଙ୍କ ରେ ମଧ୍ୟ ସେ ବହୁବାର ନିଜର ଅପୂର୍ବ କଳା ଚାତୁର୍ଯ୍ୟକୁ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଶୁତୋଷଙ୍କର ଉଲ୍ଲେଖ ଯୋଗ୍ୟ ସାଫଲ୍ୟ ଅନ୍ୟାନ୍ୟ ଅଟିଷ୍ଟିକ୍ ପିଲା ମାନଙ୍କ ପାଇଁ ନିଶ୍ଚିତ ଭାବରେ ଉଦାହରଣ ଓ ଆଦର୍ଶ ର ଉତ୍ସ ସ୍ଥାପିତ ହେବ ବୋଲି

ଦର୍ଶାଯାଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଭାରତ ବର୍ଷରେ ପ୍ରତ୍ୟେକ ଶହେ ଜଣ ଶିଶୁଙ୍କ ମଧ୍ୟରେ  ଜଣେ  ଅଟିଜିମ୍ ସ୍ପେକ୍ଟ୍ରମ୍ ଡ଼ିଜଅର୍ଡର୍ ଦ୍ୱାରା ପ୍ରଭାବିତ ହେଉଥିବା ଗଣନା କରାଯାଇଛି।ଉପଯୁକ୍ତ ସାହାଯ୍ୟ, ସହଯୋଗ, ସମର୍ଥନ, ପ୍ରେରଣା ଓ ସମୟକ୍ରମେ ପ୍ରୋତ୍ସାହନ ମିଳିଲେ ଅସମ୍ଭଵ ଯେ ନିଶ୍ଚିତରୁପେ ସମ୍ଭବ ରେ ପରିଣତ ହୋଇ ପାରିବ ଏହା ଆଶ୍ଚର୍ଯ୍ୟ ବାଳକ ଆଶୁତୋଷ ପାଣିଗ୍ରାହୀ ଙ୍କର କ୍ଷେତ୍ରରେ ପ୍ରମାଣିତ ହୋଇପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026

You Might Also Like