-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା

02-Nov-2023



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୦୨୩ ଡୁଙ୍ଗୁରିପାଲି ବ୍ଲକ ସହଲା କ୍ଲଷ୍ଟର ଅନ୍ତର୍ଗତ ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷାଧିକାରୀ ଡ଼. ରାଧାକାନ୍ତ ଗଡତିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଖେଳକୁଦ ପ୍ରତିଯୋଗିତା ରେ ବାଳିକା ମାନଙ୍କ ଅଂଶଗ୍ରହଣ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ କ୍ରୀଡା ର ବିକାଶ ରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ମାଝୀ,ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ୱଜ ସାହୁ,ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବୋଧ ନାରାୟଣ ସା ଯୋଗଦେଇ ଛାତ୍ରଛାତ୍ରୀ ଙ୍କ କ୍ରୀଡା ପ୍ରତି ଆଗ୍ରହ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଶାରୀରିକ ଶିକ୍ଷା ଶିକ୍ଷକ ସଞ୍ଜୀବ ସାହୁ ଓ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ନିରୁପମା ତାଣ୍ଡି,ସନ୍ଧ୍ୟା ରାଣୀ ଖେତୀ, ମଞ୍ଜୁ ମିଶ୍ର, ସଲମା ବାନୋ,ଡୁଙ୍ଗୁରିପାଲି ବ୍ଲକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର ବୁଡ଼େକ,ମନୋଜ ପାତ୍ର, ରୋହିତ ପଟେଲ, ବାଲାଜୀ ବିଶ୍ୱନାଥ, ସଞ୍ଜୟ ସାହୁ, ଗଙ୍ଗାଧର ପଟେଲ,ଦେବରାଜ ସେଠ୍,ମହମ୍ମଦ କାଲିମ, ବିପ୍ରଚରଣ ପେରା, ନରସିଂହ ସେଠି, ସଞ୍ଜୟ ଫାତେସିଂ, ଜୟ ନାରାୟଣ ମିଶ୍ର, ପରମେଶ୍ୱର ପଣ୍ଡା, ଅନ୍ତରାମ ମେଣ୍ଡଳୀ, ପ୍ରମୋଦ ପୁଟେଲ, ଜଗବନ୍ଧୁ ପଧାନ, ହରିଶ୍ଚନ୍ଦ୍ର ମାଝୀ, ପ୍ରହଲ୍ଲାଦ ନାଏକ, ରଂଜିତ ପଧାନ, ଯଶୋବନ୍ତ ପଟେଲ, ଶ୍ରୀଧର ପଟେଲ,ମାନଭଞ୍ଜନ ପଣ୍ଡା, ଅନନ୍ତ ନାରାୟଣ ବଞ୍ଛୋର୍, ଟେକ୍ଚାନ୍ଦ ସାହୁ,ଶ୍ରୀମନ୍ତ ପଧାନ, ଅଶୋକ ବୁଦ୍ଧିଆ, ଶ୍ରୀମଦ ଦାସ,ମହେଶ ଭୋଇ, ସୁନିଲ ପଧାନ, ଗୁଣନିଧି ସାହୁ, ଦଉଲତ ସା,ହେମସାଗର ଗଡତିଆ, ଶଶିଭୂଷଣ ଷାଣ୍ଢ,ସାନନ୍ଦ ବାରିକ, ଚୈତନ୍ୟ ବାରିକ, ତହସିଲ ପଧାନ,ସମ୍ପଦ ଖମାରୀ, ଦେବ ପଧାନ, କ୍ଷୀରୋଦ୍ର ଭୋଇ,ସୁରେଶ ବିଶି, ନରେନ୍ଦ୍ର ପଧାନ, ବିଶ୍ୱଜିତ ସା,ମହେଶ ଭୁଏ,ବୃଷଭ ସାହୁ,ଦିଲୀପ ଭୁଏ,ଓ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। 6 ଟି ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ 14 ବର୍ଷ ରୁ କମ୍ ଓ 17 ବର୍ଷ ରୁ କମ୍ ଦୁଇଟି ବର୍ଗ ର ବାଳିକା ଓ ବାଳକ ବିଭାଗ ରେ ଦୌଡ଼, ଉଚ୍ଚ ଡିଆଁ,ଲମ୍ବ ଡିଆଁ, ଗୋଲା ଫିଙ୍ଗା, ଡିସ୍କସ ଥ୍ରୋ ପ୍ରତିଯୋଗିତା ଗୁଡିକରେ ଭାଗ ନେଇଥିଲେ l ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ସମ୍ମାନିତ ଅତିଥିଭାବେ ସହଲା ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହରିବନ୍ଧୁ ପଧାନ,ସ୍ଥାନୀୟ ବିଦ୍ୟାଳୟ ର ପ୍ରଥମ ସମ୍ପାଦକ ଯାଦବ ଚନ୍ଦ୍ର ସିଂ ବରିହା,ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚମ୍ପିଅନ ହୋଇଥିବା ଛାତ୍ରଛାତ୍ରୀ ଙ୍କୁଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କାର ପ୍ରଦାନ କରିଥିଲେ l 14 ବର୍ଷ ରୁ କମ ବାଳିକା ବର୍ଗ ରେ ଡୁଙ୍ଗୁରିପାଲି ବ୍ଲକ,17 ବର୍ଷ ରୁ କମ ବାଳକ ବର୍ଗ ରେ ସୋନପୁର ବ୍ଲକ, ବାଳିକା ବର୍ଗ ରେ ବୀରମହାରାଜପୁର ବ୍ଲକ ଚମ୍ପିୟାନ ହୋଇଥିଲା l ଶେଷରେ ଗଣିତ ଶିକ୍ଷକ ଅଶ୍ୱିନୀ ଦାସ ଧନ୍ୟବାଦ ଦେଇଥିଲେ l ସହ ଗୋଷ୍ଠୀଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା, ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ,ବିଭିନ୍ନ ବ୍ଲକ ର କ୍ରୀଡା କର୍ମକର୍ତା,ସମସ୍ତ ସି.ଆର.ସି.ସି,ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ର ତଦାରଖ କରିଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   04-Sep-2026
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026

You Might Also Like