-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
31-Oct-2023
ବୋଡ଼େନ (ଡୋଲେସ୍ୱର ବାଗ)
ଜାତୀୟ ସେବା ସଂସ୍ଥା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଆନୁକୁଲ୍ୟରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅତିକ୍ ଅହମ୍ମଦ ଖାନ ମୁଖ୍ୟବକ୍ତା ଭାବେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ,ଅଧ୍ୟାପିକା ପ୍ରୀତିସୁଧା ପଣ୍ଡା ,ଅଧ୍ୟାପିକା ଖୁସବୁ ମେହେର,ଅଧ୍ୟାପିକା କେତକୀ ମେହେର ଓ ଅଧ୍ୟାପିକା ଅମ୍ବିକା ପୁଟେଲ ଯୋଗଦାନ କରିଥିଲେ ।ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ଲୌହ ମାନବଙ୍କ ଜନ୍ମ ଏବଂ ଭାରତ ବର୍ଷରେ ଏକତା ପାଇଁ ତାଙ୍କ ଭୂମିକା କେତେ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ଥିଲା ସେ ବିଷୟରେ ଆଲୋକପାତ କରିଥିଲେ ।ଦେଶର ଏକତା ଓ ସମୃଦ୍ଧି ରାଷ୍ଟ୍ର ଗଠନ ନିମନ୍ତେ ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ଶପଥ ପାଠ କରାଯାଇଥିଲା ।ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ପରିଶେଷରେ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।