-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Oct-2023
ସୁବର୍ଣ୍ଣପୁର:- ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ସହ ଚଣ୍ଡିଯଜ୍ଞ ମଧ୍ୟ ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି କାଳୀ ବେଶରେ ମା’ ଉଭା ହୋଇଛନ୍ତି । ଗତ କାଲି ଧବଳମୁଖି ବେଶ ରେ ମା ସୁରେଶ୍ୱରୀ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ l ସେପଟେ ସହର ର ସର୍ବ ପୁରାତନ ଭଗବତୀ ପୀଠ ରେ ଆଜି ଶୈଳପୁତ୍ରୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇ ଥିବା ବେଳେ ଶୈଳପୁତ୍ରୀ ବେଶ ରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ମାତା ଦୁର୍ଗା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି । ତାଙ୍କର ପ୍ରଥମ ସ୍ୱରୂପର ନାମ ଶୈଳପୁତ୍ରୀ । ପର୍ବତକୁ ଶୈଳ କହନ୍ତି, ପର୍ବତରାଜ ହିମାଳୟଙ୍କର କନ୍ୟା ରୂପେ ଜନ୍ମିଥିଲେ ବୋଲି ତାଙ୍କ ନାମ ଶୈଳପୁତ୍ରୀ ହୋଇଥିଲା । ନବଦୁର୍ଗାଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରଥମ ଦୁର୍ଗା । ସେ ବୃଷଭବାହିନୀ, ତାଙ୍କର ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମ ଶୋଭାପାଏ ।