-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
15-Oct-2023
ବଲାଙ୍ଗୀର, (ପ୍ରେରଣା ଖବର ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସଇଁନ୍ତଳା ପରିସରରେ ଚିଲିଥିବା ୫- ଟି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଚାଲିଥିବା ତାଲିମ କେନ୍ଦ୍ରରେ ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କାର୍ଯ୍ୟକ୍ରମକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ କାଉନସେଲର ରଞ୍ଜିତା ମିଶ୍ର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ଅତିର୍ଥୀ ଭାବରେ ସାଧନ କର୍ମୀ ଚାଣ୍ଡାଳ ମିଶ୍ର, ସରୋଜ କୁମାର ମିଶ୍ର, ଦିଲ୍ଲୀପ କୁମାର ବେହେରା, ଲଷ୍ମୀ ନାରାୟଣ ପଟେଲ ଯୋଗଦେଇ ଥିଲେ ।
ଚଳିତ ବର୍ଷ ବିଶ୍ୱ ହାତଧୁଆ ଦିବସର ବିଷୟଵସ୍ତୁ 'ପରିଷ୍କାର ହାତ ଆମ ହାତ ପାହାନ୍ତାରେ' ସୂଚନା ପ୍ରଦାନ କରିବା ସହ ହାତଧୁଆର ଉପାଦେୟତା ବିଷୟ ଅତିଥିଗଣ ମତପ୍ରକାଶ କରିଥିଲେ । ପରେ ରେଡ଼କ୍ରସ କର୍ମୀ ରାମ ନାରାୟଣ ଦାଶ ଡେମନଷ୍ଟ୍ରେସନ ମାଧ୍ୟମରେ ହାତଧୁଆର ୬ଟି ସୋପାନକୁ ପ୍ରଦର୍ଶନ କରିଥିଲେ ।
କାର୍ଯ୍ୟକ୍ରମରେ ମନୋଜ କୁମାର ଭୋଇ, ଦିନମଣୀ ପୋଢ଼ , ରେଣୁକା ସାହୁ, ସୁଦର୍ଶନ ଦାଶ, ଜୟନ୍ତୀ ସାହୁ, ସ୍ୱାଗତିକା ଶତପଥୀ, ଭୁପିନ୍ଦ୍ର ହରପାଲ , ବିବତ୍ସ କୁମାର ସାହୁ, ସତ୍ୟବାନ ସାହୁ, ରାଧାରାଣୀ ଶତପଥୀ, ନିମାଇଁ ମନହୀରା, ବ୍ରଜେଶ୍ୱରୀ ପଟ୍ଟନାୟକ, ସୁଦର୍ଶନ ନାୟକ, କୌତୁକ ପଟେଲ, ଶରତ ଚନ୍ଦ୍ର ରାଉତ, ରାଧାଗୋବିନ୍ଦା ନାୟକ, ଅନିଳ କୁମାର ସାହୁ, ପ୍ରବୀଣ ପଧାନ, ସୁଶୀଳ କୁମାର ଭୋଇରାଜକିଶୋର କଁଅର, ରାଜବିହାରୀ ବନଛୋର, ଅଭିମନ୍ୟୁ ଭୋଇ, ଅଜିତ କୁମାର ଭୋଇ, ନରୋତ୍ତମ ମଲ୍ଲିକ, ଗୁଣନିଧି ପଧାନ, ବୈଷ୍ଣବ ବାରିକ୍, ସୁନୀଲ ମହାପାତ୍ର, ସବିତା ଏକ୍କା, ମୋନାଲିସା ମହାପାତ୍ର, ରଶ୍ମୀତା ନାୟକ, ପ୍ରସାନନ୍ଦ ବାଗ, ଦେବେନ୍ଦ୍ର ମହାକୁର, ଆଲୋକ ନାୟକ,ସୁନୀତା ବେମାଲ, ଶଚିକାନ୍ତ ସାହୁ , ଅଭିମନ୍ୟୁ ଜେନା, ବିନୋଦବିହାରୀ ବେହେରା, ରାମକାନ୍ତ ମେହେର, ସୁନନ୍ଦା ପଧାନ, ଚାରୁ ଚନ୍ଦ୍ର କୁମ୍ଭାର, ନେପାଳ ପ୍ରଧାନ ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ନନ୍ଦରାଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।