-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
ଭୁବନେଶ୍ୱର,(ଶୁଭାଶିଷ ନାୟକ): ଏସ ଆଇ ଟି ନିର୍ଦ୍ଦେଶ କ୍ରମେ (SIT) ସ୍କାନରରେ ଛାତ୍ର ସରୋଜ ରହିଥିବା ସୂଚନା ମିଳିଛି । ଅରୁଣ ବୋଥ୍ରା ପରୀକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ।
ଏସ ଆଇ ଟି ନିର୍ଦ୍ଦେଶ କ୍ରମେ ପୁଲିସ୍ ପ୍ରମାଣ ପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଜବତ କରିଛି । ଏସ ଆଇ ଟି ର ରହସ୍ୟ ଜନକ ତଦନ୍ତ ବିଷୟରେ ସବୁଆଡେ ଚର୍ଚ୍ଚା ଚାଲିଛି । ଯଦୁପୁର: ପରୀ ହତ୍ୟା ଘଟଣାକୁ ନେଇ ଏବେ ନୟାଗଡ଼ ଯଦୁପୁର ଗ୍ରାମର ଅନେକ ବ୍ୟକ୍ତି SIT ସ୍କାନରରେ,ଏହି ଗ୍ରାମ ର +୩ ଛାତ୍ର ସରୋଜ ସେଠୀଙ୍କୁ ଅଧିକ ସନ୍ଦେହ କରିବା ସହ ଇତି ମଧ୍ୟ ରେ ୩ ଥର ତାଙ୍କ ଘରେ ଚଢ଼ାଉ କରିସାରିଛି ପୁଲିସ୍। ପୂର୍ବରୁ ପୁଲିସ୍ ତାଙ୍କ ମୋବାଇଲ, ପ୍ୟାଣ୍ଟ୍ ଶାର୍ଟ୍ ଜବତ କରିବା ସହ ବର୍ତ୍ତମାନ ତାଙ୍କ ଜନ୍ମ ପ୍ରମାଣ ପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଜବତ କରିଛି ।
ପରୀ ଘଟଣା କୁ ନେଇ ଚର୍ଚ୍ଚା ରେ ଥିବା ଛାତ୍ର ସରୋଜ, ଗତକାଲି ଏସ ଆଇ ଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧ ରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଅରୁଣ ବୋଥ୍ରା ପରୀକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଥିଲେ। ବୋଥ୍ରା ଏହି ଅଭିଯୋଗକୁ ଖଣ୍ଡନ କରିବା ପରେ ପରେ ପୁଣି ସ୍କାନର୍ କୁ ଆସିଛନ୍ତି ଛାତ୍ର ସରୋଜ। ଏସ ଆଇ ଟି ନିର୍ଦ୍ଦେଶ କ୍ରମେ ପୁଲିସ୍ ପ୍ରମାଣ ପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଜବତ କରିଛି । ଏସ ଆଇ ଟି ର ରହସ୍ୟ ଜନକ ତଦନ୍ତ ବିଷୟରେ ସବୁଆଡେ ଚର୍ଚ୍ଚା ଚାଲିଛି।