-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2023
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ବ୍ଲକ ସଭା ଗୃହରେ ହିସାବ ଅଧିକାରୀ ବୋଧରାମ ଭୋଇ ଙ୍କ ସଭାପତିତ୍ୱରେ ପଂଚାୟତ ବିକାଶ ସୂଚକାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଲଏସଡିଜି ର ପଂଚାୟତ ସ୍ତରୀୟ ନଅ ଟି ତଥ୍ୟ ଉପରେ ଆଲୋଚନା ହୋଇଥିଲା l ଜଳବାୟୁ ସୁରକ୍ଷା, ଲୋକଙ୍କ ସ୍ୱାସ୍ଥ୍ୟ, ନ୍ୟାୟ ଓ ସମୃଦ୍ଧି, ଦାରିଦ୍ର୍ୟ ଓ ଅସମାନତାର ଦୂରୀକରଣ ଏଭଳି ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇଥିବା ସୂଚନା ରୁ ପ୍ରକାଶ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବବିତା ପ୍ରଧାନ ଡିପିଆରସି ବଲାଙ୍ଗୀର, ଜିପିଓ କିଶୋର ଚନ୍ଦ୍ର ମାନସିଂହ, ଓଏଲଏମ ମଧୁସ୍ମିତା ବିଶ୍ୱାଳ, ସିଆରପିସିଏମ, ଏମବିକେ, ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ଉପସ୍ଥିତ ଥିଲେ l