-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ୬.୧୦.୨୦୨୩ ( ଶୁକ୍ରବାର ) ସୁଦ୍ଧା ୫୦ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେଇ ସାରିଲେଣି । ସମୁଦାୟ ୨୫୬ ଜଣ ଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଜିଲ୍ଲାର ୨୯ ଜଣ ଏବଂ ବାହ୍ୟ ଜିଲ୍ଲାର ୨୧ ଜଣ ଆକ୍ରାନ୍ତ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ଵନାଥ ପତି ଙ୍କ ଠାରୁ ସୂଚନା ମିଳିଛି। ସମସ୍ତଙ୍କୁ ଚିକିତ୍ସା କରାଯିବା ସହ ସମସ୍ତେ ଚିକିତ୍ସିତ ହେଉଥିବା ଏବଂ ସୁସ୍ଥ ଥିବା ନେଇ ଡ଼ା. ପତି କହିଥିବା ବେଳେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରମଣ ନେଇ ଜନସାଧାରଣ ଚିନ୍ତା ବ୍ୟକ୍ତ କରିଛନ୍ତି।