-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2023
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ) :ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ୨୦୧୯ ରେ ବିଜୁ ଜନତାଦଳରୁ ବିଧାୟକ ସରୋଜ କୁମାର ମେହେର ହେବା ପରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀକୁ ବିକାଶ ଦ୍ରୁତ ଗତିରେ ଚାଲିଛି। ଗତକାଲି ବେଲପଡା ବ୍ଳକ କାର୍ଯ୍ୟାଳୟ ବିଧାୟକ ପାଣ୍ଠିରୁ ୧୦୮ ଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଆଜି ପୁଣି ପାଟଣାଗଡ଼ରୁ ଖପ୍ରାଖୋଲ ମୁଖ୍ୟରାସ୍ତାର
ପ୍ରଶସ୍ତିକରଣ ଓ ଦୃଢ଼ୀକରଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହି ରାସ୍ତା ପାଇଁ ରାଜ୍ୟ ସରକାର ୧୦୩ କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସରୋଜ କୁମାର ମେହେର ଙ୍କୁ ଅନେକ ପ୍ରଶଂସା କରୁଥିବା ଜଣାପଡିଛି। ଅଞ୍ଚଳର ବିକାଶ ଦେଖି ୨୦୨୪ ନିର୍ବାଚନ ପୁଣି ଥରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।