-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ପୂର୍ବରୁ ଶିକ୍ଷନୁଷ୍ଠାନ ମାନଙ୍କରେ ଭିତ୍ତିଭୂମି ନିମ୍ନମାନର ଥିଲା I କଲେଜ ଗୁଡିକ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଫଳରେ ସେମାନଙ୍କ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି I ଶିକ୍ଷନୁଷ୍ଠାନ ମାନଙ୍କ ବିକାଶରେ ଛାତ୍ରଛାତ୍ରୀ ମାନେ ପ୍ରମୁଖ ଭାଗିଦାରୀ ହେବା ଏକାନ୍ତ ଆବଶ୍ୟକ ବୋଲି ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ପରିସରରେ ୫-ଟି ରୂପାନ୍ତରଣ ସମ୍ପର୍କରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉକ୍ତ ଅଧିବେଶନରେ କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଉପାଜ଼ିଲ୍ଲାପାଳ ଲଲାଟେନ୍ଦୁ ସି ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥିଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ପରିଚାଳନା ସମିତିର ସଭାପତି ସ୍ୱାୟମ୍ଭୁନାଥ ଖଣ୍ଡଗିରି, ସଦସ୍ୟ ରଞ୍ଜିତ କୁମାର ରଥ ଓ ରାଧାକାନ୍ତ ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ସଭା ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ପ୍ରାଧ୍ୟାପକ ତଥା ଇତିହାସ ବିଭାଗର ମୁଖ୍ୟ ଡ଼ ହିମାଂଶୁ ଶେଖର ପାଢ଼ୀ I ଏହି ଅବସରରେ ନିମନ୍ତିତ ଅତିଥିମାନେ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ I