-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଆଜି ବିଜେପି ପକ୍ଷରୁ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଗତକାଲି ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତି ଙ୍କ ପୋଡ଼ିଅମ୍ ଉପରକୁ ଡାଲି ଫିଙ୍ଗି ଥିବା ଅଭିଯୋଗ ରେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ ଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯିବା ଘଟଣାକୁ ନେଇ ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ଦଳ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି l ଏହି ଜାତୀୟ ରାଜପଥ ଅବରୋଧ କାର୍ଯକ୍ରମ ରେ ମୁଖ୍ୟ ଭାବରେ ଶ୍ରୀ ଜ୍ୟୋତିର୍ମୟ ରାଉତ, ଦେବିଲାଲ୍ ମିଶ୍ର, ସୁନୀଲ ଦାସ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ, ସୁରେଶ ମହାଲିଙ୍ଗ, ସରୋଜ ସାହୁ, ବାହାଦୁର ନନ୍ଦ, ଲେକୃ ତ୍ରିପାଠୀ, ଜମିଦାର ପାତ୍ର, ଲଳିତ ପଧାନ, ରାଜୁ ସାହୁ, ପିତାମ୍ବର କଣ୍ଟା, ଖଗେଶ୍ୱର ନାଗ, ଉମେଶ ପଟେଲ, ସୁଦିପ ସା, ଅମରଜିତ ପଟେଲ ସହ ବିଜେପି କର୍ମୀ ଉପସ୍ଥିତ ଥିଲେ l ନେତୃତ୍ୱରେ ଅବରୋଧ କରିଛନ୍ତି। ତା ସଙ୍ଗେ ସଙ୍ଗେ ସହ ସହ ବିଜେପି କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି।ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ କରା ଯାଇଛି କହି ସେମାନେ ବିଭିନ୍ନ ସ୍ଲୋଗାନ ଦେବାସହ ନାରାବାଜି ଦେଇ ରାସ୍ତା ଅବରୋଧ କରିଛନ୍ତି l ଏହି ଆନ୍ଦୋଳନ ରେ ଶତାଧିକ ଯାନବାହାନ ଚଳାଚଳ ଠପ ହୋଇଥିବା ଦେଖିବାକୁ ମିଳିଛି l