-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଗତ ଦୁଇ ଦିନ ତଳେ ସଦର ସ୍ମାର୍ଟ ପାର୍କ ଠାରେ କାର୍ଯ୍ୟରତ ଥିବା(ଉଦ୍ୟାନ ଗ୍ରୁପ) ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା କର୍ମଚାରୀ ବାସନ୍ତୀ ନାଏକ ଘାସକଟା ମେସିନରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଘଟଣାରେ ବିଧାନସଭା ଅଧିବେଶନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବାସନ୍ତୀଙ୍କ ମୃତ୍ୟୁବରଣ କରିଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୋକ ପ୍ରସ୍ତାବ ଆଗତ କରିଥିବା ଜଣା ପଡିଛି । ଏକ ଗରିବ ପରିବାରର ରୋଜଗାରକ୍ଷମ ବାସନ୍ତୀ ତାଙ୍କ ସ୍ଵାମୀ ଏବଂ ୧୮ ଓ ୧୪ ବର୍ଷର ଦୁଇ ଝିଅ ଓ ୧୧ ବର୍ଷର ପୁଅକୁ ଛାଡି ଯାଇଥିବା ବେଳେ ସେମାନଙ୍କ କିଛି ସ୍ଥାୟୀ ରୋଜଗାର ନ ଥିବା ବେଳେ ସମସ୍ତେ ବେସାହାରା ହୋଇଯାଇଥିବା ଘଟଣା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ବଳ ହୋଇ ଶୋକ ପ୍ରକାଶ କରିବା ସହିତ ତାଙ୍କ ସ୍ଵାମୀ ଓ ତିନି ଗୋଟି ପୁଅ ଝିଅ ଙ୍କ ଭରଣ ପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏ ଖବର ପ୍ରକାଶ ପାଇବା ପରେ ଆଜି ସୋନପୁର ଅଞ୍ଚଳ ର ବୁଦ୍ଧିଜୀବୀ ସଂସଦୀୟ ବ୍ୟାପାର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଝାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ ଯେ ସୋନପୁର ମୁନିସିପାଲଟି ସ୍ମାର୍ଟ ପାର୍କ ଠାରେ ଗତ ସୋମବାର ଦିନ ବାସନ୍ତୀ ନାଏକ ପାର୍କର ଲନର ଘାସ କଟା ମେସିନ ଷ୍ଟାର୍ଟ କରିବା ପରେ ଦୁର୍ଭାଗ୍ୟ ବଶତଃ ମେସିନ ର ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସେଠାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୌର ପ୍ରଶାସନ ପକ୍ଷରୁ ନିର୍ବାହୀ ଅଧିକାରୀ କିମ୍ୱା କୌଣସି ଅଧିକାରୀ ଡ଼ାକ୍ତରଖାନାକୁ ଦୀର୍ଘ ୨-୩ ଘଣ୍ଟା ସମୟ ଧରି ଆସି ନ ଥିବାରୁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା l ଏହାକୁ ନେଇ ବୁଦ୍ଧଜୀବୀମାନେ କ୍ଷୋଭ ପ୍ରକାଶ କରିଥିବା ବେଳେ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ୟଂଶୁ ରୁଟ ପହଞ୍ଚି ମୌଖିକ ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଥିଲା। ମୃତ ବାସନ୍ତି ର ପିଲାଛୁଆଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଉଚ୍ଚ ଶିକ୍ଷା ବ୍ୟବସ୍ଥା ପାଇଁ ସହରବାସୀ ଦାବୀ କରିଛନ୍ତି l