-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଗତ ରାତି ପ୍ରାୟ ୧୨ ଟା ସମୟରେ ବଲାଙ୍ଗିର ସହରର ହୋଟେଲ ଗୋଲ୍ଡେ଼ନ୍ ଇନ୍ରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।
କୌଣସି ସୂତ୍ରରୁ ଏହି ହୋଟେଲ୍ରେ ଜୁଆ ଖେଳ ଚାଲିଥିବା ସଂପର୍କରେ ସୂଚନା ମିଳିବା ପରେ ବଲାଙ୍ଗିର ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ୍ ମନବୋଧଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗତ ରାତି ପ୍ରାୟ ୧୨ଟା ସମୟରେ ଚଢ଼ଉ କରିଥିବା ଜଣାପଡ଼ିଛି । ୭ ଜଣଙ୍କୁ ଏହି ମାମଲାରେ ଗିରଫ୍ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ହୋଟେଲର ୨୦୫ ନମ୍ବର ରୁମ୍ରେ ଜୁଆଖେଳ ଚାଲିଥିବା ବେଳେ ମାଡ଼ି ବସିଥିଲା ଟାଉନ ପୋଲିସ । ୭ ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ୍ ହୋଇଥିବା ମଧ୍ୟ କୁହାଯାଉଛି ।