-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
15-Sep-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ସୋନପୁର ରୟାଲ ପଡିଆ ଠାରେ ଆୟୋଜିତ ସିନିଅର ଫୁଟବଲ ଲିଗ ର ସୁପର ଲିଗ ର ଶେଷ ଲିଗ ମ୍ୟାଚ ରେ ମୁନିସିପାଲିଟି ଚମ୍ପିଆନ ରାମଧୁନ କ୍ଲବ ଦଳ ତରଭା ବ୍ଲକ ଚମ୍ପିୟାନ ବାଲି ଖମାର ଦଳ କୁ 3 -0 ଗୋଲ ପରାସ୍ତ କରି ରାମଧୁନ ଦଳ ସେମି ଫାଇନାଲ କୁ ଉତ୍ତୀର୍ଣ ହୋଇଛି l l l ଆଜିର ର ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ଜେନେରାଲ ଅଞ୍ଜଲିନା ପଧାନ, ସମ୍ମାନିତ ଅତିଥି ଭାବେ ଡି ଏଫ ଓ ମଦନ ଲାଲ ଶର୍ମା, ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ, ଆର ଟି ଓ ଅକ୍ଷୟ କୁମାର ଜେନା ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିଥିଲେ l ଭେଟେରାନ ଖେଳାଳି ଲଷ୍ମୀ ବାଗ, ବାବୁଲା ବେଵର୍ତା, ଆଶାରାମ ନାଏକ ନିମନ୍ତ୍ରୀତ ଅତିଥି ଭାବେ ମଞ୍ଚlସିନ ଥିଲେ l ବିଜୟୀ ଦଳ ଚନ୍ଦନ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଓ ବିକ୍ରମ ନାଏକ ଙ୍କୁ ବେଷ୍ଟ ଏମରଜିଙ୍ଗ ଖେଳାଳି ଭାବେ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରଯାଇଥିଲା l ଭେଟେରାନ ଖେଳାଳି ଭୁକୁଲୁ ବକ୍ସି, କ୍ରୀଡା ସଂଘ ର ପୁରୁଷୋତ୍ତମ ପାଣିଗ୍ରାହୀ, ଗୌରୀଶ୍ୟାମ ପଣ୍ଡା, ଦିଲ୍ଲୀପ ଗୁରୁ,,, ରାଜୀବ ପଟ୍ଟ ନାଏକ, ହରିହର ପଟ୍ଟ ନାଏକ, ବିକାଶ ପଣ୍ଡା, ଯୋଗ ଦେଇ ସହଯୋଗ କରିଥିଲେ l ପ୍ରଶାନ୍ତ ସେଠ, ମୁଖ୍ୟ ରେଫାରୀ , ଅଜିତ ନାଏକ, ସମୀର ସାହୁ, 2 ଓ 3 ନମ୍ବର ଓ ରାଜେଶ ଥନାପତି, ଫୋର୍ଥ ଅଫିସିଆଲ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିଶନର ଭାବେ ସଂଜୀବ ସାହୁ ଦାୟିତ୍ୱ ତୁଲାଇଥିଲେ l ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଓ ସଞ୍ଜୟ ସାହୁ, ଅତିଥି ପରିଚୟ ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l