-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
15-Sep-2023
ମୁରିବାହାଲ (ସୁଦାମ ଚରଣ ବଘାର ): ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ ର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଗୁରୁବାର ଦିନ ଅନେକଙ୍କ ଘର ଭାଂଗିଲା I ଖବର ନେବା ରୁ ଜଣାଯାଏ, ମାଲିସିରା ଗ୍ରାମ ର ,ଲେମ୍ବୁବତି ଛତର, ଏବଂ ତାଙ୍କ ଦୁଇ ଭାଇ ଭଉଣୀ ତିନି ଜଣ ଦିବ୍ୟଙ୍ଗ ଏକ ମାଟି ଘରେ ବସ ବାସ କରୁଥିବା ବେଳେ ପ୍ରବଳ ବର୍ଷା ଜଗୁ ଉକ୍ତ ଘର ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି! ଫଳରେ ଘରରେ ଥିବା ସମସ୍ତ ଆଶାବା ପତ୍ର ଓ ଖାଇ ବା ଦ୍ରବ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ! ପରେ ଉକ୍ତ ପରିବାର ଗ୍ରାମ ପାଞ୍ଚୟତରେ ଆଶ୍ରୟ ନେଇ ଥିବା ସୂଚନା ମିଳିଛି ! ସେହିପରି ଚଲକି ଗ୍ରାମ କର୍ମି ବେନିଆଙ୍କ ଗୋଟିଏ କାନ୍ଥ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି! ଏହା ଫଳରେ ଉକ୍ତ ପରିବାର ବେସାହାରା ହୋଇପଡିଛନ୍ତି! ସେହି ପରି ହଳଦୀ ଗ୍ରାମ ପଞ୍ଚାୟତର
ପଟାମରା ଗ୍ରାମର ଜଗବନ୍ଧୁ ହଂସ ଓ ନୀଲେଶ ହଂସ ଙ୍କ ଘର ଭାଙ୍ଗି ଯିବା ଫଳରେ ଉକ୍ତ ପରିବାର ମଧ୍ୟ ଦୁଃଖ ଦୁର୍ଦଶା ରେ ପଡି ରହିଛନ୍ତି ! ଏହି ପରି ଉକ୍ତ ସମସ୍ତ ପରିବାରଙ୍କୁ ସରକାରି ସହାୟତା ଯୋଗାଇ ଦେବା ପାଇଁ ଉକ୍ତ ଗ୍ରାମବାସୀ ଆଉ ପରିବାର ପକ୍ଷରୁ ଦାବୀ କରାଯାଇଛି, ଏହା ସହ ଘର ଭାଙ୍ଗି ଥିବା ପରିବାରଙ୍କୁ ସରକାରଙ୍କ ତରଫରୁ ସ୍ଥାୟୀ ସୁବିଧା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, କିମ୍ବା ପକା ଘର ବ୍ୟବସ୍ତା, କରାଯିଵା ପାଇଁ ସରକାର ନିକଟରେ ଦାବି କରିଛନ୍ତି, ଏହି ବିଷୟ କୁ ନେଇ ମୁରିବାହାଲ ତହସିଲଦାର ସୋନାଲି ପାତ୍ରଙ୍କୁ ପଚାରିବାରୁ ଭାଙ୍ଗି ଥିବା ପରିବାରକୁ ପଲିଥିନ ର ବ୍ୟବସ୍ତା କରା ଯାଇଛି ଓ ଉକ୍ତ. ବିଷୟରେ ଜ଼ିଲ୍ଲାପାଳ ଙ୍କୁ ଅବଗତ କରା ଯିବ ବୋଲି କହିଛନ୍ତି l