-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
(ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ସୋନପୁର ରୟାଲ ପଡିଆ ଠାରେ ଆୟୋଜିତ ସିନିଅର ଫୁଟବଲ ଲିଗ ର ସୁପର ଲିଗ ର ଉଦଘାଟନୀ ମ୍ୟାଚ ଆଜି ଦିବା 12 ଘଣ୍ଟା ରେ ଅନୁଷ୍ଠିତ ହୋଇଥିଲା l ସୋନପୁର ରାମଧୁନ କ୍ଲବ କୁ 2-1 ଗୋଲ ରେ ପରାଜିତ କରି ବୀର ମହାରାଜପୁର ଫୁଲଝରା ଦଳ ବିଜୟୀ ହୋଇଛି l ଆଜିର ର ମୁଖ୍ୟ ଅତିଥି ବିଶିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସମ୍ମାନିତ ଅତିଥି ସୋନପୁର କଲେଜ ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ, କନେଷ୍ଟବଳ ସଂଘ ର ପ୍ରାକ୍ତନ ସମ୍ପାଦକ ଦୀନେଶ ମିଶ୍ର, ସମାଜ ସେବୀ ଶ୍ରୀକାନ୍ତ ମିଶ୍ର, ଭେଟେରାନ ଖେଳାଳି ଭୁକୁଲୁ ବକ୍ସି, ସନତ ହୋତା, ରାକେଶ ନାଗ, ସାମ୍ବାଦିକ ସନ୍ତୋଷ ମିଶ୍ର ଯୋଗ ଦେଇ ଶ୍ରେଷ୍ଠ ଖେଳାଳି ଦୀପକ ମହାଲିକ ଙ୍କୁ ପୁରସ୍କୃତ କରିଥିଲେ l ସଂଜୀବ ସାହୁ ମୁଖ୍ୟ ରେଫାରୀ , ଅଜିତ ନାଏକ, ସିଦ୍ଧାର୍ଥ ପାତ୍ର 2 ଓ 3 ନମ୍ବର ଓ ପ୍ରଶାନ୍ତ ସେଠ ଫୋର୍ଥ ଅଫିସିଆଲ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ l ସେହିପରି ଆଜି ର ଦ୍ଵିତୀୟ ମ୍ୟାଚ ବାଲଖମାର ଦଳ ଓ ବୀରମହାରାଜ ପୁର ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଡ଼ଃ ଈପସିତl ପ୍ରିୟ ଦର୍ଶନୀ ମିଶ୍ର, ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ, ଏସିଏଫ ଗିରିଧାରୀ ନାଗ, ପୋଲିସ ଆର ଆଇ ସରୋଜ କୁମାର ବେହେରା, ଭେଟେରାନ ଖେଳାଳି ଗୋରେଖ ନାଥ ସାହୁ , କଲ୍ୟାଣ ପାଢ଼ୀ, ପ୍ରମୁଖ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିଥିଲେ l ଏଇ ମ୍ୟାଚ ରେ ତରଭା ବାଲି ଖମାର ବିରନାହାରାଜ ପୁର ଫୁଲ ଚରା ଦଳ 1-0 ରେ ହରାଇ ବିଜୟୀ ହୋଇଥିଲା l ଶ୍ରେଷ୍ଠ ଖେଳାଳି ଭାବେ ରାଜା ଭୋଇ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି l ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଅତିଥି ପରିଚୟ ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଏଇ ମ୍ୟାଚ କୁ ପ୍ରଶାନ୍ତ ସେଠ ପରିଚାଳନା କରଥିଲେ l