-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2023
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମ ପାଣି ବୁଢ଼ାରଜା ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମୋ ମାଟି ମୋଦେଶ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି l
ସୂଚନା ଯୋଗ୍ୟ ଯେ ଦେଶ ର 75ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତଆଜାଦି ର ଅମୃତ ମୋହଛବ ପାଳନ କରିସାରଛନ୍ତି l ଆମ ଆଗାମୀ 100ବର୍ଷ ଆଜାଦି କୁ ଆଖି ଆଗରେ ରଖି ବର୍ତ୍ତମାନ ମାନ୍ୟ ବର ପ୍ରଧାମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ଦେଶ ପାଇଁ ବଳିଦାନ ଦେଇ ସ୍ଵାଧୀନ ରେ ନିଜ ଜୀବନକୁ ଉତ୍ସର୍ଗ କୃତ କରିଥିବା ଓ ଦେଶର ଯବାନ ମାନଙ୍କ ସୃତି ସବୁଦିନ ମନେ ପକାଇବା ପାଇଁ ସମଗ୍ର ଭାରତରୁ ଦିଲ୍ଲୀ କୁ ମୋମାଟି ମୋ ଦେଶ ମlଧ୍ୟମରେ ମାଟି ପହଞ୍ଚିବ ଓ ଅମୃତ ବାଟିକା ରେ ସେହି ମାଟି ପ୍ରତେକ ସହିଦ ହୋଇଥିବା ମହାପୁରୁଷ ଓ ବୀର ଯବାନ ମାନଙ୍କ ନାମରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରାଯିବ ଏବଂ ଭାରତର ପ୍ରତେକ୍ ଗ୍ରାମରୁ ଆସିଥିବା ମାଟିକୁ ବୃକ୍ଷ ମାନଙ୍କ ଉପରେ ଦିଆଯିବ, ସେହି ବୃକ୍ଷ ଦେଖିଲେ ପ୍ରତେକ ଭାରତୀୟ ଜୀବନରେ ଶିହରଣ ସୁଷ୍ଟି ହେବ, ବୋଲି ମାନ୍ୟବର ପ୍ରଧାମନ୍ତ୍ରୀ କହିଛନ୍ତି l
ଏହି କାର୍ଯ୍ଯ କ୍ରମକୁ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ଡା , କଳାହାଣ୍ଡି ଜିଲ୍ଲା ବିଜେପି ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ, କୋକସରା ବ୍ଲକ ଅବlହକ ତଥା ବରିଷ୍ଟ ବିଜେପି ନେତା ଶ୍ରୀଯୁକ୍ତ ଦନl ର ପଣ୍ଡା ଓ କୋକସରା ବିଜେପି ସଭାପତି ଅର୍ଜୁନ ଭାଟି, ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ଶବର ଓ ପ୍ରମୋଦ ପଣ୍ଡା, ଭଜମନ ନାୟକ, ଗରୁଡ଼ଧଜ ମାଝୀ ଓ ମଧୁବନ ପାତ୍ର, ମୋତି ଲାଲ ନାୟକ, କୁଷ ସରlବୁ, ବୁଡୁ ସରlବୁ ସମସ୍ତେ ଏକ ସପ୍ତାହ ପର୍ଯ୍ୟନ୍ତ କୋକସରା ବ୍ଲକ ଅନ୍ତର୍ଗତ ପ୍ରତେକ୍ ଗ୍ରାମରୁ ମାଟି ସଂଗ୍ରହ କରି ଦିଲ୍ଲୀ ଅମୃତ ବାଟିକା ରେ ପହଞ୍ଚିବ ଓ ସହୀଦ ଯବାନ ମାନଙ୍କ ନାମରେ ଲଗାଯାଇ ଥିବା ବୃକ୍ଷ ରେ ମାଟି ଲାଗିବ lଏହି କାର୍ଯ୍ଯ କ୍ରମ୍ କୁ ଲୋକମାନେ ପ୍ରଧାମନ୍ତ୍ରୀଙ୍କ ସୁ ବିଚାର ଧାରା କୁ ବହୁ ପ୍ରଶଂସା କରିଥିଲା l