-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ବଲାଙ୍ଗିର : ସ୍ଵାମୀ ଜଣକ ନିଜ ସ୍ତ୍ରୀକୁ ନିତି ପିଟାମରା କରୁଥିଲା । ସ୍ତ୍ରୀ ଗର୍ଭବତୀ ଥିବା ଜାଣି ବି ତାକୁ ନାନା ପ୍ରକାର ଶାରୀରିକ ନିର୍ଯ୍ୟାତନା ଦେଉଥିଲା । ଶେଷରେ ଅତିଷ୍ଠ ହୋଇ ସ୍ତ୍ରୀ ଜଣକ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି କିଛିି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ରାଜେନ୍ଦ୍ର ପଡାରେ । ଏହି ପଡାର ଅଧିବାସୀ ମହେନ୍ଦ୍ର ସାହୁ ପେଶାରେ ଜଣେ ଡ୍ରାଇଭର ଅଟନ୍ତି । ସ୍ୱାମୀ ଜଣକ ପ୍ରତିଦିନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ମାରପିଟ କରୁବା ଅଭିଯୋଗ କରିଛନ୍ତି ମହେନ୍ଦ୍ର ସାହୁଙ୍କ ସ୍ତ୍ରୀ ସସ୍ମିତ । ସ୍ୱାମୀର ନିର୍ଯ୍ୟାତନା ରେ ଅତିଷ୍ଟ ହୋଇ ସ୍ତ୍ରୀ ଜଣକ ଆଜି ନ୍ୟାୟ ପାଇଁ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ସସ୍ମିତା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।