-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
(ପ୍ରେରଣା ଖବର )
ମୁରିବାହାଲ ବ୍ଲକ କ୍ରୁଷକ ସଂଘ ତରଫରୁ ମୁରିବାହାଲ ବ୍ଲକ କୁ ସଂପୂର୍ଣ୍ଣ ମରୁଡି ଘୋଷଣା ଓ କ୍ଷତି ପୂରଣ ଦାବୀ ରେ ମୁରିବାହାଲ ତହସିଲଦାର ସୋନାଲି ପାତ୍ର ଙ୍କ ଜରିଆରେ ଜିଲ୍ଲା ପାଲ ଙ୍କ ଉଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବୀ ପତ୍ର ରେ ଉଲ୍ଲେଖ ଅଛି ଯେ ସମସ୍ତ ଚାଷୀ ଙ୍କୁ ଇନପୁଟ ସବସିଡି ପ୍ରଦାନ, ସମସ୍ତ ଚାଷୀ ଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ ,କୃଷି ଋଣ ସଂପୂର୍ଣ୍ଣ ଛାଡ଼ ଓ ଡାଳି ଜାତିୟ ଫସଲ ପାଇଁ ମାଗଣା ବିହନ, ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ରୁ ଭୁତଳ କେନାଲ ମାଧ୍ୟମ ରେ ଜଳ ଯୋଗାଣ। ୬ ଦଫା ଦାବୀ ନେଇ ମୁରିବାହାଲ ବ୍ଲକ କୃଷକ ସଂଘଠନ ଦାବୀ ପତ୍ର ପ୍ରଦାନ କରିଥିଲେ ! ଦାବୀ ପତ୍ର ପ୍ରଦାନ ସମୟରେ ସଂଘ ର ସଭାପତି, ଚକ୍ର ଧର ହେର୍ଣ୍ଣା, କାର୍ଯ୍ୟକାରି ସଭାପତି ମଦନ ମୋହନ କୁମ୍ଭାର, ସମ୍ପାଦକ ଗିରିଧାରି ସାହୁ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଉପ ସଭାପତି ତୀର୍ଥ ହାତୀ, ଉପଦେଷ୍ଟା ରାଜୀବ କୁଅଁର, ବିଭୀଷଣ ମହାନନ୍ଦ, ବାଶୁଦେବ ପଧାନ, କମଲ ବୁଡ଼େକ, ହରେକୃଷ୍ଣ ସାହୁ, ସାଗର ଛତ୍ରିଆ, ଭାସ୍କର ମାଝୀ, ଧନୁ ନାଗ, ନୀଳମାଧବ ନାଗ, ରାମଦାସ ମହାକୁର, ଧନଞ୍ଜୟ ହାତୀ, ଗୌର ହରି ବଂଛୋର, ଲାଲ ମନ ପୁଟେଲ, ଗଜମନ ହାତୀ, ଶ୍ରୀଧର ମହାକୁର, ହେମାକାନ୍ତ ବାଗ, ଅଭିଲାଶ ବଘାର,ଧୂବଳେଶ୍ୱର ଲୁହା,ଦୁର୍ଗାନନ୍ଦ ମହାକୁର ତଥା ବହୁ ସଂଖ୍ଯା ରେ ଅଂଚଳର ଚାଷୀ ବ୍ରୁନ୍ଦ ଉପସ୍ଥିତ ଥିଲେ।