-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ବୀରମହାରାଜପୁର, (ମନୋରଞ୍ଜନ ତ୍ରିପାଠୀ )
ଦକ୍ଷିଣ କୋରିଆରେ ସଫଳତାର ସହ ତାଇକଣ୍ଡୋ ପାଟନରସିପ କୋର୍ସ ସମ୍ପୁର୍ଣ୍ଣ କଲେ ଏହେସାସ ହୋତା । ପ୍ରଥମ ଓଡିଆ ଭାବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜୁର ବ୍ଲକ ଅମୁଲ୍ୟମଣୀ ରାଣୀପୁର ୍ଗାଁର ଏହେସାସ ହୋତା ଦକ୍ଷିଣ କୋରିଆ ମାଟିରେ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମରେ ଯୋଗଦେଇଛନ୍ତି । ଗତ ସେପ୍ଟେମ୍ବର ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷଣି କୋରିଆ ତାଇକଣ୍ଡୋଓନ ମୁଜୁ ଠାରେ ବିଶ୍ୱ ତାଇକଣ୍ଡୋ ସଂଘ ପକ୍ଷରୁ ପାଟନରସିପ ତାଇକଣ୍ଡୋ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା । ଯେଉଁଠି ବିଭିନ୍ନ ଦେଶରୁ ବଛା ବଛା ତାଇକଣ୍ଡୋ କୋଚମାନଙ୍କୁ ବିଶ୍ୱର ମାନ୍ୟତା ପ୍ରାପ୍ତ କୋଚମାନେ ଉନ୍ନତମାନର ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏହେସାସ ହୋତା ଓଡିଶା ମାଟିର ପ୍ରଥମ ଏବଂ ଭାରତର ଏକମାତ୍ର ସର୍ବକନିଷ୍ଠ କୋଚଭାବେ ତାଲିମ ନେବାପାଇଁ ମନୋନିତ ହୋଇ ଯୋଗଦେଥିଲେ । ତେବେ ଗତ ୧୧ ତାରିଖ ସୋମବାର ତାଲିମ ଶେଷ ହେବା ସହ ହୋଇଥିବା ପରୀକ୍ଷାରେ ଏହେସାସ ସଫଳତାର ସହ ଉତିର୍ଣ୍ଣ ହୋଇଛନ୍ତି । ଏନେଇ ସେଠାରେ ଏହେସାସଙ୍କୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହେସାସ ହୋତା ପୁର୍ବରୁ ବହୁବାର ଆନ୍ତର୍ଜାତୀୟ ପ୍ରତିଯେଗିତାରେ ଅଂଶଗ୍ରହଣ କରି ଭାରତ ପାଇଁ ଗୌରବ ଆଣିସାରିଥିବାବେଳେ ପୁର୍ବରୁ ଦୁଇଥର ଦକ୍ଷିଣ କୋରିଆରେ ମାସ ମାସଧରି ତାଲିମ ମଧ୍ୟ ନେଇସାରିଛନ୍ତି । ଅସନ୍ତା ୧୫ ତାରିଖରେ ଏହେସାସ ଭାରତ ପ୍ରତ୍ୟାବର୍ତନ କରିବା ନେଇ ସୂଚନା ଦେଇଛନ୍ତି । ତେବେ ଏହେସାସଙ୍କ ଏହି ସଫଳତା ପରେ ପରେ ରାଜ୍ୟ ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା,ଜିଲ୍ଲା କ୍ରୀଡା ଅଧିକାରୀ ଚିତରଂଜନ ମିଶ୍ର,ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଜିଲ୍ଲା ତାଇକଣ୍ଡୋ ସଂଘର ଅଇନ ପରାମର୍ଶଦାତା ରାଧାକାନ୍ତ ବାଘ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଏହେସାସ ହୋତାଙ୍କୁ ଶୂଭେଚ୍ଛା ଓ ଶୂଭ କାମନା ଜ୍ଞାପନ କରାଯାଇଛି ।