-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ତୁରକେଲା ଠାରେ କନ୍ଧ ସମାଜର ଭବନ ଉଦଘାଟନ ଅବସରରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି l ଅତିଥି ମାନଙ୍କୁ ଢ଼ାପ ଏବଂ ଡକା ର ବାଦ୍ୟ ନୃତ୍ୟ ଦ୍ୱାରା ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଆଦିବାସୀ ଭବନ ପରିସରରେ ଥିବା ସଭାସ୍ଥଳ କୁ ଆଦିବାସୀ ମାନେ ପାଛୋଟି
ନେଇଥିଲେ l ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଙ୍କ ଉପସ୍ଥିତି ରେ ମୁଖ୍ୟ ଅତିଥି ଭାବରେ ନବନିର୍ମିତ କନ୍ଧ ସମାଜ ଭବନ ର ଶୁଭ ଉଦଘାଟନ କରିଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଆଦିବାସୀ ମାନଙ୍କ ଧାର୍ମିକ ପୀଠ, ଭାଷା ବୋଳି, ସଂସ୍କୃତି, ନୃତ୍ୟ ଗୀତ ବାଦ୍ୟ ସଙ୍ଗୀତ ଦେବଦେବୀ ପୂଜାପଦ୍ଧତି, ପ୍ରଥା ପରମ୍ପରା ସୁରକ୍ଷା ପାଇଁ ଓଡିଶା ସରକାର ବଲାଙ୍ଗିର ଜ଼ିଲ୍ଲା କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରେ ସାମିଲ କରିଛନ୍ତି l ଏହାଦ୍ୱାରା ଆଦିବାସୀ ଶସକ୍ତିରଣ ସମ୍ଭବ ହୋଇପାରିବ l ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,
ଗମନାଗମନ, ସାମାଜିକ, ଅର୍ଥନୈତିକ ବିକାଶ, ଜମି ଜଳ ଜଙ୍ଗଲ ର ସଂରକ୍ଷଣ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ଯଦ୍ୱାରା ଦେଶର ମୁଖ୍ୟ ସ୍ରୋତରେ ଆଦିବାସୀ ମାନେ ସାମିଲ ହେବାରେ ସକ୍ଷମ ହେଉଛନ୍ତି ବୋଳି ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ l ଶତାଧିକ ଆଦିବାସୀ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ l