-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟସମିତି ତରଫରୁ ବିଶ୍ୱ ଫିଜିଓଥେରାଫି ଦିବସ ପାଳନ ହୋଇଯାଇଛି l ଏଥିରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକରୀ ଡା.ମନୋଜ କୁମାର ଅଦାବର, ଡି ଏମ ଓ ଏମ ଏସ ଡା ଦୁର୍ଗା ଦତ୍ତ ଦାସ ଏ ଡି ପି ଏଚଓ ଡିସି ଡା.ରମେଶ ଚନ୍ଦ୍ର ସ୍ୱାଇଁ ମେଡ଼ିସିନ ସ୍ପେସିଆଲିଷ୍ଟ ଡା ଜିତାରାମ ବିତ୍, ଫିଜିଓଥେରାଫିଷ୍ଟ ଡା. ସାଗରିକ ରଥ , ଅର୍ଥେlପେଡିକ ସ୍ପେସିଆଲିଷ୍ଟ ଡା. ସୁବୁଦ୍ଧି ମାନସିକ ରୋଗ ବିଶେଷଜ୍ଞ ଡା ମେହେର ଇ ଏନ ଟି ସ୍ପେସିଆଲିଷ୍ଟ ଡା ପାଣିଗ୍ରାହୀ, ସିନିୟର ମେଡିକାଲ ଅଫିସର ଡା ତ୍ରିବିକ୍ରମ ପାଣ୍ଡିଆ, ପି ଟି ସୁନିତା ମିଶ୍ର ସବୁ ଉପସ୍ଥିତ ରହି ଆଜିର ଦିବସ ପାଳନ ର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ l , ଆଜି ଦିନରେ ଭୌତିକ ଚିକିତ୍ସା ମାଧ୍ୟମ ରେ କିପରି ଅକ୍ଷମ ଅଙ୍ଗ ସବୁକୁ କାର୍ଯ୍ୟକ୍ଷମ କରାଯାଇପାରୁଛି ଲୋକମାନଙ୍କୁ ସଚେତନ କରାଇବା ଓ ସମସ୍ତ ଫିଜିଓଥେରାଫିଷ୍ଟ ମାନଙ୍କ ଉତ୍ସର୍ଗୀକୃତ ସେବା ଉଦ୍ଧେଶ୍ୟ ରେ ଏହି ଦିନଟି ପାଳନ କରାଯାଉଛି,l ଏହା 1996 ମସିହା ଠାରୁ ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖ ଦିନ ଏହି ଦିବସ ପାଳନ କରାଯାଇଆସୁଅଛି. l ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।