-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଜୀବିତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର । ବଲାଙ୍ଗିର ଭୀମଭୋଇ ମେଡିକାଲ ସାତ ମହଲା କୋଠା ପଛପଟେ ଥିବା ଏକ ଡ୍ରେନ ରୁ ଉଦ୍ଧାର ହେଲା ନବଜାତକ । ଆଜି ଭୋର ସକାଳେ ଏକ ଶିଶୁ ପରିତ୍ୟକ୍ତ ଅବସ୍ଥା ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ଖବର ପାଇବା ପରେ ମେଡିକାଲ କର୍ମଚାରୀ ମାନେ ପହଞ୍ଚି ଶିଶୁ ଟିକୁ ଉଦ୍ଧାର କରିଥିଲେ । ଶିଶୁ ଟି ର ଆୟୁ ଦିନେ କିମ୍ବା ଦୁଇଦିନ ହେବ ବୋଲି ଅନୁମାନ କରାଯାଉଛି । ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଇସିୟୁ ରେ ତାକୁ ଭର୍ତ୍ତି କରାଯାଇ ଚିକିତ୍ସ କରାଯାଉଛି । ବର୍ତ୍ତମାନ ତାର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।