-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ )::ଗଣତନ୍ତ୍ରର ମହାସ୍ରୋତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଯୁବ ଗୋଷ୍ଠୀ ମାନଙ୍କୁ ନୂତନ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଉତ୍ସାହିତ କରିବା ପାଇଁ “ମୁଁ ବି ମିତା” ଅଭିଯାନ, ଏହି ପରିପକ୍ଷରେ ଆଜି ଟିଟିଲାଗଡ ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢୀଙ୍କ ସଭାପତିତ୍ଵରେ “ମୁଁ ବି ମିତା” ଅଭିଯାନ ଆରମ୍ଭ ହୋଇଅଛି । ଟିଟିଲାଗଡ ଉପଖଣ୍ଡ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ମହାବିଦ୍ୟାଳୟର “ମୁଁ ବି ମିତା” ଅଭିଯାନର ପ୍ରତିନିଧିତ୍ଵ ଦାୟିତ୍ଵ ଦିଆଯାଇ, ଏହି ଅଭିଯାନ ସମସ୍ତ ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ସାମ୍ଭିଧାନିକ ଅଧିକାର ସାବ୍ୟସ୍ତ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଗଠିତ । ଏହି ଅଭିଯାନର ଶୁଭାରମ୍ଭରେ ଉପଜିଲ୍ଲାପାଳ ଶ୍ରୀ ଶ୍ରୀ ଦୟାମୟ ପାଢୀ ଯୋଗ ଦେଇ "ମୁଁ ବି ମିତା" ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥା ଅଭିଯାନ କୁ ସଫଳ ରୂପାୟନ କରିବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ମାନଙ୍କର ବୟସ ୧୮ବର୍ଷ, ସେମାନେ କିପରି ଭାବେ ଏଥିରେ ସାମିଲ ହୋଇ ନିର୍ବାଚନ ରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉପସ୍ଥିତ ଛାତ୍ରୀ ମାନଙ୍କୁ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପାଢୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାକ୍ଷା ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ର ପ୍ରସାଦ ଦେହୁରି, ତହସିଲଦାର ଶ୍ରୀ ଲଳିତ ବାଗ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାକ୍ଷା, ମୁଁ ବି ମିତାର ପ୍ରତିନିଧିତ୍ଵ କରୁଥିବା ଛାତ୍ରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, କାର୍ଯ୍ୟାଳୟର କିରାଣୀ ଶ୍ରୀ ଦେବେନ୍ଦ୍ର ନାୟକ ତଥା ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।