-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ବଲାଙ୍ଗୀର, ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ମାଲପଡା, ତଳି ଅଂଚଳ ୧୪ ନମ୍ବର ୱାର୍ଡର ଗୋଟିଏ ସର୍ବସାଧାରଣ ରାସ୍ତାକୁ ଜଣେ ବ୍ୟକ୍ତି ବେଆଇନ ଭାବେ ଅବରୋଧ କରି ଦେଇଥିବା ଯୋଗୁଁ ପଡାବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପଡାର ରାମଚନ୍ଦ୍ର ଦୋରା ଓ ଉମାଶଙ୍କର ଅଗ୍ରୱାଲ ନାମକ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ବର୍ଷ ବର୍ଷ ଧରି ବ୍ୟବହୃତ ସର୍ବସାଧାରଣ ରାସ୍ତାକୁ ନିଜ ରୟତି ଜାଗା ବୋଲି କହି ରାସ୍ତାରେ ବାଡା ଦେଇଛନ୍ତି । ଏ ନେଇ ପଡାବାସୀ ବଲାଙ୍ଗୀର ଜିଲ୍ଲାପାଳଙ୍କ ଠୁ ଆରମ୍ଭ କରି ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଠାରେ ଗୁହାରି କଲା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ଏହି ପଡାର ଅଧିବାସୀ ମାନେ ଆଜି ଟାଉନ ଥାନର ଦ୍ୱାରସ୍ଥ ହୋଇଛନ୍ତି । ରାସ୍ତା ଅବରୋଧ କରି ପଡାବାସୀଙ୍କୁ ଅଯଥା ହଇରାଣ କରୁଥିବା ଏହି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପଡାବାସୀ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ମାଲପଡାର ଏହି ତଳି ଅଂଚଳରେ ଅନେକ ଲୋକ ସରକାରୀ ଜମି, ରାସ୍ତା ତଥା ଡ୍ରେନ୍ ଉପରେ ରେ ବେଆଇନ ଘର ନିର୍ମାଣ ହୋଇଥିବା ନେଇ ପ୍ରଶାସନ ଠାରେ ଅନେକ ଥର ଅଭିଯୋଗ ହୋଇ ସାରିଛି ।