-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ବଲାଙ୍ଗୀର, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କୋଣ ଅଣୁକୋଣରେ ଥିବା ଆଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସ(ଏଆଇଟିୟୁସି)ର ଶ୍ରମିକ ମାନଙ୍କ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଗୋୟଲ ଧର୍ମଶାଳା ଠାରେ ଅନୁଷ୍ଠିତ ଏହି ଶିବିରରେ ଏଆଇଟିୟୁସିର କେନ୍ଦ୍ରୀୟ ଉପସଭାପତି ବିଦ୍ୟଶଙ୍କର ଗିରି ଉଦ୍ଘାଟନ କରିବା ସହ ସମାବେତ ଶ୍ରମିକ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏଥିରେ ସାରା ରାଜ୍ୟରେ ଚାଲିଥିବା ଶ୍ରମିକ ମାରଣ ନୀତି ଉପରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା । ଏଥିରେ ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାସ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡ଼ିଶାର ୧୩ ଟି ଜିଲ୍ଲାରୁ ଶ୍ରମିକ ମାନେ ଆସି ନିଜର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।