-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ )ଆଜିର ସାମାଜିକ ଗଣ ମାଧ୍ୟମ ଦ୍ୱାରା ସମାଜ ର ଅନେକ ଅବଳା ଦୁର୍ବଳା ମହିଳା ଅସାମାଜିକ ଯୁବକ ଙ୍କ ମୋହ ମାୟା ଜାଲ ରେ ଛନ୍ଦି ହୋଇ ଶେଷ ରେ ନିଜ ଧନ ଜୀବନ ଓ ଇଜ୍ଜତ ଲୁଟ ଉଦ୍ୟମ ର ଶିକାର ହେଉଛନ୍ତି l ଆଜି ଏମିତି ଏକ ଘଟଣା ସୋନପୁର ରେ ଦେଖିବାକୁ ମିଳିଛି l ଯାହାକି ସୋନପୁର ସହର ର ଜୈନିକ ବିବାହିତା ମହିଳା ଙ୍କୁ ଛତିଶଗଡ଼ ର ଜଣେ 30 ବର୍ଷୀୟ ରୋମିଓ ଯୋଗୀନ୍ଦ୍ର ସୋନି ଅସଦାଚରଣ ଓ ବ୍ଲାଳ ମେଲ କରି ତିନି ଲକ୍ଷ 78 ହଜାର ଏକ ଶହ ଟଙ୍କା ଲୁଟ କରି ପରେ ଉକ୍ତ
ଯୁବକ ଙ୍କ ଲୋଭ ଆହୁରି ବଢି ବଢି ଯାଇଥିଲା l ସ୍ୱାମୀ ଙ୍କ ଚାକିରୀ କ୍ଷେତ୍ର ବ୍ରହ୍ମପୁର କୁ ଆସି ଶେଷରେ ଅଧିକ ଟଙ୍କା ଦାବୀ ସହିତ ମହିଳା ଙ୍କୁ ଯୁବକ ପ୍ରେମ ନିବେଦନ କରି ଜବରଦସ୍ତ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଥିଲା l ମହିଳା କିନ୍ତୁ କୌଶଳ କ୍ରମେ ଖସି ଆସି ଥିଲା ସ୍ୱାମୀ ପାଖ କୁ l ଏବଂ ଘଟଣା ର ସୀମା ଟପି ଯିବା ପରେ ଗତ କାଲି ସୁବର୍ଣ୍ଣପୁର ଏସପି ଙ୍କୁ ଭେଟି ଉକ୍ତ ସ୍ୱାମୀ ସ୍ତ୍ରୀ ଅଭିଯୋଗ କରିଥିଲେ l ପରେ ସୋନପୁର ସଦର ଥାନା ରେ କେଶ ଦାୟର କରିଥିଲେ l କେଶ ନମ୍ବର 202 us 354 (A) / 354 (C), 354 ( D), 324, 307, 384, 386, 506 ipc / 66( E ) / 67 IT ଧାରା ରେ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ଯୋଗୀନ୍ଦ୍ର ସୋନି କୁ ମୋବାଇଲ ଟ୍ରlକ କରି ଟିଟିଲାଗଡ଼ ରେଲୱେ ଷ୍ଟେସନ ଠାରେ ବୁଧବାର ରାତି ରେ ଛତିଶଗଡ଼ ପୋଲିସ ସହାୟତା ରେ ସୋନପୁର ପୋଲିସ କାବୁ କରିଥିଲେ l ଏ ସମ୍ବେଦନଶୀଳ ଘଟଣା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଜି ସୋନପୁର ଥାନା ରେ ଏସପି ଶ୍ରୀ ଅମରେଶ ପଣ୍ଡା ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି l ଏବଂ ଆଗାମୀ ଦିନ ପାଇଁ ସମସ୍ତ ଯୁବତୀ ମହିଳା ଓ ଆମ ସମାଜ ପାଇଁ ଏହା ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି l